ଦାନ୍ତେଓ୍ଵାଡାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ,୨ ନକ୍ସଲ ମୃତ

ରାୟପୁର: ଆଜି ସକାଳେ ଛତିଶଗଡ ଦାନ୍ତେଓ୍ଵାଡାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହେବାଫଳରେ ସେଠାରେ ଦୁଇଜଣ ନକ୍ସଲଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ମୃତ ଦୁଇ ନକ୍ସଲଙ୍କ ଭିତରୁ ଜଣେ ମହିଳା ଥିବା ଜଣାଯାଇଛି। ସେମାନଙ୍କ ପାଖରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ବି ହୋଇଥିବା କୁହାଯାଉଛି।

ଏସଂପର୍କରେ ଆଇ ଜି ବସ୍ତର ବିବେକାନନ୍ଦ ସୂଚନା ଦେଇ କହିଛନ୍ତି ଯେ ଦାନ୍ତେଓ୍ଵାଡା ଏବଂ ସୁକୁମା ସୀମାନ୍ତରେ ଏହି ଘଟଣା ଘଟିଛି। ଏଥିରେ କେହି ସୁରକ୍ଷା କର୍ମୀ ହତାହତ ହୋଇ ନଥିବାର ବି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର