ବେଜିଂ: ଭାରତୀୟ ଧର୍ମଗୁରୁମାନଙ୍କ ପକ୍ଷରୁ ଦେଶ ଭିତରେ ବା ଦେଶ ବାହାରେ ଆୟୋଜିତ ହେଉଥିବା କୌଣସି ପ୍ରକାରର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବା ଦୀକ୍ଷା ବା ସେହି ପ୍ରକାରର କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନ କରିବା ପାଇଁ ଚୀନ୍ର ନାଗରିକମାନଙ୍କ ଉପରେ ଚୀନ୍ର ସାଧାରଣ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଷେଧାଦେଶ ଜାରି କରା ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନ୍ର ନାଗରିକମାନଙ୍କ ଉପରେ ଚୀନ୍ର ସାଧାରଣ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରା ଯାଇଥିବା ନିଷେଧାଦେଶରେ କୁହାଯାଇଛି ଯେ ଭାରତୀୟ ଧର୍ମଗୁରୁମାନଙ୍କ ପକ୍ଷରୁ ଆୟୋଜିତ ହେଉଥିବା ପ୍ରକାରର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବା ଦୀକ୍ଷା ବା ସେହି ପ୍ରକାରର କାର୍ଯ୍ୟକ୍ରମମାନଙ୍କରେ ଅଂଶ ଗ୍ରହଣ କରୁଥିବା ମହିଳାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ଏପରିକି ସେମାନଙ୍କର ଦୁଷ୍କର୍ମ କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ, ଏସବୁକୁ ଓ ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପ୍ରକାରର କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନ କରିବା ପାଇଁ ଚୀନ୍ର ସାଧାରଣ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏପ୍ରକାରର ନିଷେଧାଦେଶ ଜାରି କରାଯାଇଥିବା ଜାଣିବାକୁ ମିଳିଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଦକ୍ଷିଣ ଭାରତର ଜନୈକ ଧର୍ମଗୁରୁ ପ୍ରଦାନ କରୁଥିବା ଆଧ୍ୟାତ୍ମିକ ଓ ଦୀକ୍ଷା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ତାଇଓ୍ଵାନର ଜନୈକା ଖ୍ୟାତନାମା ଅଭିନେତ୍ରୀ ଏବେ ଚୀନ୍ରେ ଖୁବ୍ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଏଘଟଣା ଚୀନ୍ ପୁଲିସ୍ ପ୍ରଶାସନ ନଜରକୁ ଆସିବା ପରେ ଚୀନ୍ ନାଗରିକମାନଙ୍କ ଉପରେ ଏ ନିଷେଧାଦେଶ ଜାରି କରିଛି ଚୀନ୍ର ସାଧାରଣ ସୁରକ୍ଷା ମନ୍ତ୍ରାଳୟ।