ମିଆଁମାର ସୀମାନ୍ତରେ ୨୦୦୦ କିଲୋମିଟର୍‌ ଦୀର୍ଘ ତାରବାଡ଼ ନିର୍ମାଣ କରୁଛି ଚୀନ୍‌

ନୂଆଦିଲ୍ଲୀ: ବେଆଇନ ଅନୁପ୍ରବେଶ ରୋକିବାକୁ ମିଆଁମାର୍‌ର ଦକ୍ଷିଣ ସୀମାନ୍ତରେ ଚୀନ୍‌ ୨୦୦୦ କିଲୋମିଟର୍‌ ଦୀର୍ଘ କଣ୍ଟା ତାରବାଡ଼ ନିର୍ମାଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। ସୀମାନ୍ତରେ ତାରବାଡ଼ ନିର୍ମାଣକୁ ମିଆଁମାର ସେନା ବିରୋଧ କରୁଥିଲେ ମଧ୍ୟ ଚୀନ୍‌ ତା’ର ନିଷ୍ପତ୍ତିରେ ଅଟଳ ରହିଛି।

ମିଆଁମାର ସୀମାନ୍ତରେ ଚୀନ୍‌ ତାର ପ୍ରାଚୀର ନିର୍ମାଣ କରିବା କଥାରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଚିନ୍ତା ପ୍ରକଟ କରିଛି। ଏହା ଚୀନ୍‌ର ବିସ୍ତାରବାଦୀ ଚିନ୍ତାଧାରାକୁ ପ୍ରତିଫଳିତ କରୁଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଏକ ଶୀର୍ଷସ୍ତରୀୟ ଗବେଷଣା ସଂସ୍ଥାନ କହିଛି। ଆସନ୍ତା ଦଶନ୍ଧିମାନଙ୍କରେ ଦକ୍ଷିଣ ଏସିଆରେ ବିବାଦ ବୃଦ୍ଧି ପାଇବ ବୋଲି ମଧ୍ୟ ଉକ୍ତ ସଂସ୍ଥାନ ପୂର୍ବାନୁମାନ କରିଛି।

Image Courtesy of Zee News

ଚୀନ୍‌ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି ଯେ, ଦେଶ ମଧ୍ୟକୁ ମିଆଁମାର୍‌ରୁ ଅନୁପ୍ରବେଶ ବନ୍ଦ କରିବା ହେଉଛି ଏହି ପ୍ରାଚୀର ନିର୍ମାଣର ଉଦ୍ଦେଶ୍ୟ। ଚୀନ୍‌ର ଦକ୍ଷିଣପଶ୍ଚିମ ୟୁନାନ୍‌ ପ୍ରଦେଶରେ କଣ୍ଟା ତାରରେ (ବାର୍‌ବେଡ୍‌ ଓ୍ଵାୟାର୍‌) ତିଆରି ହେଉଥିବା ଏହି ପ୍ରାଚୀରର ଉଚ୍ଚତା ପ୍ରାୟ ୯ ମିଟର।

କିନ୍ତୁ, ‘ଆର୍‌ଏଫ୍‌ଏ’ କରିଥିବା ରିପୋର୍ଟ ଅନୁସାରେ, ଚୀନ୍‌ରୁ ଖସି ପଳାଉଥିବା ସରକାର ବିରୋଧୀଙ୍କୁ ରୋକିବା ହେଉଛି ଏହି ପ୍ରାଚୀର ନିର୍ମାଣର ଅସଲ ଉଦ୍ଦେଶ୍ୟ।

ସମ୍ବନ୍ଧିତ ଖବର