୧୧ରୁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ : ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଆସନ୍ତା ୧୧ ତାରିଖରୁ ଭାରତ ଗସ୍ତରେ ଆସୁଛନ୍ତି। ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଜିନ୍‌ପିଙ୍ଗ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିତୀୟ ଅନୌପଚାରିକ ସମ୍ମିଳନୀ କରିବେ। ମୋଦୀଙ୍କ ଆମନ୍ତ୍ରଣକ୍ରମେ ଜିନ୍‌ପିଙ୍ଗ୍‌ ଚେନ୍ନାଇ ମମଲ୍ଲାପୁରମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଅନୌପଚାରିକ ସମ୍ମିଳନୀରେ ଯୋଗଦେବେ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ବିବୃତିରେ କୁହାଯାଇଛି। ଦୁଇ ପ୍ରମୁଖ ‌ନେତା ଚେନ୍ନାଇର ଉପକୂଳ ସହର ମମଲ୍ଲାପୁରମ୍‌ରେ ହେବାକୁ ଥିବା ସମ୍ମିଳନୀ‌ରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ଦ୍ବିପାକ୍ଷିକ , ଆଞ୍ଚଳକି ଏବଂ ବୈଶ୍ବିକ ଗୁରୁତ୍ବ ଥିବା ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିବେ।

ସମ୍ବନ୍ଧିତ ଖବର