କ୍ରାଏଷ୍ଟ୍‍ଚର୍ଚ ଗୁଳିକାଣ୍ଡ: ଅଦାଲତରେ ହାଜର ହେଲେ ଆତଙ୍କବାଦୀ ବ୍ରେଣ୍ଟନ୍‌ ଟାରାଣ୍ଟ୍‌

େଓ୍ଵଲିଙ୍ଗ୍‌ଟନ୍‌: ନ୍ୟୁଜିଲାଣ୍ଡ୍‌ର ଦୁଇଟି ମସ୍‌ଜିଦ୍‌ରେ ସଙ୍ଗଠିତ ଗୁଳିକାଣ୍ଡର ମୁଖ୍ୟ ସନ୍ଦିଗ୍ଧଙ୍କ ବିରୋଧରେ ଶନିବାର ଦିନ ନରହତ୍ୟା ଦୋଷ ଲାଗୁକରାଯାଇଛି। ୪୯ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଏହି ଗୁଳିକାଣ୍ଡ ପରେ ପ୍ରଧାନମନ୍ତ୍ରୀ ଦେଶର ବନ୍ଧୁକ ଆଇନ ସଂକ୍ରାନ୍ତରେ ସଂସ୍କାର ଆଣିବାକୁ ପ୍ରତିଜ୍ଞା କରିଛନ୍ତି।

ସନ୍ଦିଗ୍ଧ ୨୮ ବର୍ଷିୟ ଅଷ୍ଟ୍ରେଲୀୟ ନାଗରିକ ବ୍ରେଣ୍ଟନ୍‌ ହେରିସନ୍‌ ଟାରାଣ୍ଟ୍‌ କ୍ରାଏଷ୍ଟ୍‍ଚର୍ଚ ଡିଷ୍ଟ୍ରିକ୍ଟ୍‌ କୋର୍ଟରେ ହାଜର ହେବା ପରେ ତାଙ୍କୁ ବିନା ଆବେଦନରେ ରିମାଣ୍ଡ୍‌ରେ ନିଆଯାଇଛି। ଏପ୍ରିଲ୍‌ ୫ ତାରିଖ ଦିନ ତାଙ୍କୁ ସାଉଥ୍‌ ଆଇଲାଣ୍ଡ୍‌ ସହରର ହାଇକୋର୍ଟରେ ହାଜର କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି।

ହାତକଡ଼ି ପଡ଼ିଥାଇ ଧଳା କାରାଗାର ପୋଷାକ ପରିହିତ ଟାରାଣ୍ଟ୍‌ କଥା କହି ନ ଥିଲେ। ତାଙ୍କ ଲାଗି ଅଦାଲତ ନିଯୁକ୍ତ କରିଥିବା ଓକିଲ ଜାମିନ କିଂବା ପରିଚୟ ଗୋପନ ରଖିବାକୁ ଆବେଦନ କରି ନ ଥିଲେ।

ତାଙ୍କ ବିରୋଧରେ ଆହୁରି ଦୋଷାରୋପ ବା ଚାର୍ଚ ଲାଗୁ କରାଯିବ ବୋଲି ପୁଲିସ କହିଛି।

ଆଉ ଦୁଇଜଣ ଲୋକଙ୍କୁ ମଧ୍ୟ ହାଜତରେ ରଖାଯାଇଥିବା କଥା ପୁଲିସ କହିଛି।

ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆଡ୍ରେନ୍‌ ଆତଙ୍କବାଦ ବୋଲି ଅଭିହିତ କରି ଥିବା ଏହି ଆକ୍ରମଣ ହେଉଛି ନ୍ୟୁଜିଲାଣ୍ଡ୍‌ରେ ଯୁଦ୍ଧ ନ ହୋଇଥିବାର ସମୟରେ ସବୁଠୁ ବଡ଼ ନରସଂହାର। ଏଥିଯୋଗୁଁ ସମଗ୍ର ନ୍ୟୁଜିଲାଣ୍ଡ୍‌ରେ ନିରାପତ୍ତା ବ୍ୟବସ୍ଥା ଅତ୍ୟନ୍ତ କଠୋର କରାଯାଇଛି।

ସମ୍ବନ୍ଧିତ ଖବର