ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ଫଳ

ନୂଆଦିଲ୍ଲୀ : ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ (ୟୁପିଏସ୍‌ସି) ପକ୍ଷରୁ ଆଜି ୨୦୧୯ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। କମିସନଙ୍କ ୱେବସାଇଟ୍‌‌ upsc.gov.inରେ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଗତ ଜୁନ୍‌ ୨ ତାରିଖରେ ୟୁପିଏସ୍‌ସି ପକ୍ଷରୁ ସିଭିଲ୍‌ ସର୍ଭିସ୍‌ ଏବଂ ଇଣ୍ଡିଆନ୍‌ ଫରେଷ୍ଟ୍‌ ସର୍ଭିସ (ଭାରତୀୟ ବନ ସେବା) ପ୍ରିଲିମ୍‌ ପରୀକ୍ଷା ହୋଇଥିଲା। ଯେଉଁ ପରୀକ୍ଷାର୍ଥୀମାନେ ପ୍ରିଲିମ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ସିଭିଲ୍‌ ସର୍ଭିସ୍‌ ମେନ୍‌ ପରୀକ୍ଷା ପାଇଁ ଆବେଦନ କରିବେ। ସେପ୍ଟେମ୍ବର ୨୦ ତାରିଖରେ ସିଭିଲ୍‌ ସର୍ଭିସ ମେନ୍‌ ଏବଂ ଡିସେମ୍ବର ୧ରେ ଇଣ୍ଡିଆନ୍‌ ଫରେଷ୍ଟ୍‌ ସର୍ଭିସ୍‌ ମେନ୍‌ ପରୀକ୍ଷା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର