ଡ୍ରାଇଭିଙ୍ଗ୍‌ ବଚସା ଯୋଗୁଁ କାର୍‌ଛାତରେ ଲଟକିଥିବା ଲୋକକୁ ୬ କିଲୋମିଟର ବୁଲାଇଲେ କାର୍‌ ଚାଳକ

ଗାଜିଆବାଦ: ଗୁରୁବାର ସନ୍ଧ୍ୟା ବେଳେ ସାହିବାବାଦ ନିକଟରେ ଗୁରୁଗ୍ରାମର ଗୋଟାଏ ଏକସ୍‌ପୋର୍ଟ ହାଉସ୍‌ର ମ୍ୟାନେଜର୍‌ଙ୍କୁ ଏକ କାର୍‌ ଛାତରେ ଲଟକି ରହିଥିବା ଅବସ୍ଥାରେ ପ୍ରାୟ ୬ କିଲୋମିଟର୍‌ ବୁଲାଯାଇଛି। ସେ ଭଳି ଅବସ୍ଥାରେ ତାଙ୍କୁ ବୁଲାଇଥିବା ଡ୍ରାଇଭର୍‌ଜଣଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଏହା ଏକ ଡ୍ରାଇଭିଙ୍ଗ୍‌ ବଚସା ଜନିତ ଘଟନା ବୋଲି ଜଣାପଡ଼ିଛି। ପୀଡ଼ିତଙ୍କ କାର୍‌କୁ ଅଭିଯୁକ୍ତଙ୍କ କାର୍‌ ଧକ୍କା ଦେବା ପରେ ସେ ତହାକୁ ଅଟକାଇବାକୁ ଉଦ୍ୟମ କରିଥିଲେ।

ଏହି ଘଟନାକୁ ଅନ୍ୟ କାର୍‌ରେ ଯାଉଥିବା ପ୍ରତ୍ୟକ୍ଷଦର୍ଶୀମାନେ ମୋବାଇଲ୍‌ ଫୋନ୍‌ରେ ଉତ୍ତୋଳନ କରିଛନ୍ତି। ପୀଡ଼ିତ ଦିଲ୍ଲୀର ପୀତମପୁର ନିବାସୀ ୩୫ ବର୍ଷିୟ ରାଜେଶ ଦିଓ୍ଵାନ୍‌ ନେ୍‌ ଏଷ୍ଟିଲୋ କାର୍‌ର ସାମନା ଉଇଣ୍ଡୋକୁ ଧରି ଛାତରେ ଲାଗି ରହିଥିବା ବେଳେ ଅଭିଯୁକ୍ତ ରାଜ ନଗର ଏକ୍‌ଷ୍ଟେନ୍‌ସନ୍‌ ନିବାସୀ ଓକିଲ ୩୦ ବର୍ଷିୟ ଭୁବନ କୁମାର ଶର୍ମା ସେ ଗାଡ଼ି ଚଳାଉଥିଲେ।

ଦିଓ୍ଵାନ କହିବା ଅନୁସାରେ, ଘଟନା ଗୁରୁବାର ସନ୍ଧ୍ୟା ୭ଟା ପାଖାପାଖି ସମୟରେ ଘଟିଥିଲା। ଗାଜିଆବାଦରେ ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ଆସି ସେ ସାହିବାବାଦ ଠାରେ ଟ୍ରାଫିକ୍‌ ସଙ୍କେତକୁ ଅପେକ୍ଷା କରିଥିଲେ। ଅଭିଯୁକ୍ତ କାର୍‌ ଚଳାଇ ଆସି ତାଙ୍କ କାର୍‌ ପଛରେ ପିଟି ଦେବା ପରେ ପଛୁଆ ଗାଡ଼ି ଚଳାଇ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ମୁଁ କାର୍‌ରୁ ଓହ୍ଲାଇ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ମୋତେ ଗାଳି ଦେଇ ପଳାଇଗଲେ। ତା’ପରେ ମୁଁ କାର୍‌ ଚଳାଇ ତାଙ୍କର ପିଛା କଲି ଓ ରାଜ ନଗର ଏକ୍ସଟେସନ୍‌ ଠାରେ ତାଙ୍କ କାର୍‌କୁ ଟପିଗଲି।

ଦିଓ୍ଵାନ୍‌ ଶର୍ମାଙ୍କ ଗାଡ଼ି ସାମ୍ନାରେ ଠିଆ ହୋଇ କାର୍‌ ଅଟକାଇବାକୁ କହିବାରୁ କଜିଆ ଆରମ୍ଭ ହୋଇଥିଲା। ଅଟକିବା ପରିବର୍ତ୍ତେ ସେ ଏକ୍ସିଲେଟର୍‌ ଦାବି ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କଲେ। ତେଣୁ ଦିଓ୍ଵାନ ତାଙ୍କ କାର୍‌ର ବନେଟ୍‌ ଉପରକୁ ଉଠିଗଲେ, କିନ୍ତୁ ଶର୍ମା ପୂର୍ବପରି ଗାଡ଼ି ଚଳାଉଥିଲେ। ବୋଧହୁଏ ଘଣ୍ଟାରେ ୮୦ କିଲୋମିଟର ବେଗରେ ତାଙ୍କ ଗାଡ଼ି ଚାଲୁଥିଲା। ନିଜକୁ ରକ୍ଷା କରିବାକୁ ଦିଓ୍ଵାନ୍‌ ତାଙ୍କ କାର୍‌ ଛାତ ଉପରକୁ ଚଢ଼ିଯାଇ ଝରକାକୁ ଧରି ରହିଲେ।

ଶେଷରେ ଟ୍ରାଫିକ୍‌ ଜାମ୍‌ ଯୋଗୁଁ ମିରଟ୍‌ ନିକଟରେ କାର୍‌ ଅଟକି ଥିଲା ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ଶର୍ମାଙ୍କୁ କାର୍‌ରୁ ଟାଣି ଆଣି ମାର୍‌ଧର୍‌ କରିବା ପରେ ପୁଲିସକୁ ହସ୍ତାନର କରିଥିଲେ।

ସମ୍ବନ୍ଧିତ ଖବର