ଗାଜିଆବାଦ ଭିଡିଓ ମାମଲା: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଓ ଟ୍ୱିଟର ଇଣ୍ଡିଆ ଅଧିକାରୀଙ୍କ ବିରୋଧରେ ଅଭିଯୋଗ

ମୁମ୍ବାଇ: ଗାଜିଆବାଦର ଏକ ବିବାଦୀୟ ଭିଡିଓ ଟ୍ୱିଟ କରିଥିବା ଅଭିଯୋଗରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର, ସାମ୍ବାଦିକ ଆରଫା ଖାନମ, ଆସିଫ୍ ଖାନ ଓ ଟ୍ୱିଟର ଇଣ୍ଡିଆର ଅଧିକାରୀ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଓଳିଲ ଅମିତ ଆଚାର୍ଯ୍ୟ ଦିଲ୍ଲୀର ତିଲକ ମାର୍ଗ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଏନେଇ ଏଫଆଇଆର ଗ୍ରହଣ ହୋଇନଥିବା ବେଳେ ଦିଲ୍ଲୀ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଏହାପୂର୍ବରୁ ଉତ୍ତରପ୍ରଦେଶ ପୁଲିସ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରଚାର ଅଭିଯୋଗରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର,ଏକ ସମାଚାର ପୋର୍ଟାଲର ୬ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ଭିଡିଓରେ ଗାଜିଆବାଦର କିିଛି ଲୋକ ବୟସ୍କ ମୁସଲିମଙ୍କ ଉପରେ ଆକ୍ରମଣ କରିଥିବା ନେଇ କିଛି କହୁଥିବା ଦେଖିବାକୁ ମଳିଥିଲା । ପୁଲିସ କହିଛି କି, ସାଂପ୍ରଦାୟିକ ହିଂସାକୁ ଉସକାଇବାକୁ ଏଭଳି ଭିଡିଓ ଭାଇରାଲ କରାଯାଇଛି ।

Swara Bhaskar flays CAA, says Modi government 'betrayed' Constitution- The  New Indian Express
New Indian Express

ଗାଜିଆବାଦର ଲୀନ ସୀମା ଥାନାରେ ଏକ ସ୍ଥାନୀୟ ପୁଲିସକର୍ମୀ ଏନେଇ ଅଭିଯୋଗ ଦାଖଲ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ମଙ୍ଗଳବାର ରାତି ୧୧.୩୦ ରେ ପ୍ରାଥମିକ ଅଭିଯୋଗ ଗ୍ରହଣ କରିଥିଲା । ଏଥିରେ ଅଭିଯୋଗ କରାଯାଇଥିଲା କି ଏଭଳି ଭିଡିଓ ସାଂପ୍ରଦାୟିକ ହିଂସା ଉସକାଇବା ଉଦ୍ଦେଶ୍ୟରେ ପ୍ରଚାର କରାଯାଇଥିଲା । ଏଭଳି ଭିଡିଓ ପ୍ରସାରିତ ହେବାକୁ ଅନୁମତି ଦେଇଥିବା ଅପରାଧରେ ଟ୍ୱିଟର ଇଙ୍କ୍,ଟ୍ୱିଟର କମ୍ୟୁନିକେସନ ଇଣ୍ଡିଆ,ସମାଚାର ୱେବସାଇଟ୍ ‘ଦି ବାୟର’, ପତ୍ରକାର ମହମ୍ମଦ ଜୁବେର ଓ ରାଣା ଆୟୁବ, କଂଗ୍ରେସ ନେତା ସଲମାନ ନୀଜାମୀ, ମସକ୍ୟୁ ଓସ୍ମାନୀ, ଡ.ଶାମା ମହମ୍ମଦ ଓ ଲେଖିକା ସବା ନକବୀଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଦାଖଲ ହୋଇଛି । ପ୍ରାଥମିକ ତଦନ୍ତ ପରେ କୁହାଯାଇଛି କି, ଏହି ଲୋକମାନେ ଭିଡିଓରେ ସଠିକ୍ ତଥ୍ୟ ନଦେଇ ଧାର୍ମିକ ସମୁହ ମଧ୍ୟରେ ବିଭାଜନ କରିବା ଉଦ୍ଦେଶ୍ୟରେ ପୋଷ୍ଟ କରାଯାଇଥିଲା ।

ସମ୍ବନ୍ଧିତ ଖବର