କରୋନାରେ ଆରୋଗ୍ୟ ଲାଭ ୪୧.୫୭%କୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାର କୋଭିଡ-୧୯ର ପ୍ରତିରୋଧ ଓ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ମିଶି ଅନେକ ପଦକ୍ଷେପ ନେଉଛନ୍ତି । ଏଗୁଡିକ ନିୟମିତ ଭାବରେ ସର୍ବୋଚ୍ଚ ସ୍ତରରେ ସମୀକ୍ଷା ଏବଂ ତଦାରଖ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ମୋଟ ୫୭,୭୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୩୨୮୦ ରୋଗୀ ସୁସ୍ଥ ହୋଇଛନ୍ତି । ମୋଟ ଆରୋଗ୍ୟ ହାର ୪୧.୬୭%ରେ ପହଞ୍ଚିଛି । ଏବେସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୮,୮୪୫ରେ ପହଞ୍ଚିଥିବା ବେଳେ ଡାକ୍ତରଖାନାରେ ୭୭,୧୦୩ ଜଣ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର