କରୋନା ବଢ଼ାଇଛି ପ୍ରେମସାକ୍ଷାତର ମଜା

ନୂଆଦିଲ୍ଲୀ: ମହାମାରୀ କୋଭିିଡ୍–୧୯ର ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ରରେ ଜାରି ହୋଇଥିବା ଲକ୍ଡାଉନ୍ ସ୍ଥିତି ଯୋଗୁଁ ନାଗରିକମାନେ ଗୃହବନ୍ଦୀ ଅବସ୍ଥାରେ ରହି ମାନସିକ ସ୍ତରରେ ସନ୍ତୁଳି ହେବାରେ ଲାଗିଛନ୍ତିା ତେବେ ଏହାର ଅନ୍ୟ ଏକ ଦିଗ ନିଆରା ବାର୍ତ୍ତା ଆଣିଛିା ବିଭିନ୍ନ ସ୍ବାଭାବିକ କାମଧନ୍ଦାରୁ ବ‌ିତ ହୋଇ ହାତରେ ପର୍ଯ୍ୟାପ୍ତ ସମୟ ପାଉଥିବା ପ୍ରେମୀମାନଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ ଆଣିଛିା ବିଶେଷ କରି ପ୍ରତ୍ୟକ୍ଷ ସାକ୍ଷାତ ନହେଲେ ବି ଅନ୍ଲାଇନ୍ରେ ଘଣ୍ଟାଘଣ୍ଟା ଧରି ପ୍ରେମସାକ୍ଷାତ(ଡେଟିଂ)ର ନିଆରା ମଜା ସେମାନଙ୍କୁ ଉତ୍ସାହିତ କରୁଛିା ଏହାର ପରିଣତି ସ୍ବରୂପ ଫେସ୍‌ବୁକ୍ ଡେଟିଂ, ବମ୍ପଲ୍, ଟିଣ୍ତର, ଗ୍ଲିଡେନ୍ ଆଦି ପ୍ରେମସାକ୍ଷାତ ଅନ୍ଲାଇନ୍ ମାଧ୍ୟମଗୁଡି଼କର ଚାହିଦା ଢେର୍ ବେଶୀ ବଡ଼ିଥିବା ଜଣାଯାଇଛିା ଯୁବା–ପ୍ରୌଢ଼, ବିବାହିତ–ଅବିବାହିତ ନିବିର୍ଶେଷରେ ସମସ୍ତେ ଏହାର ଶିକାର ହୋଇଥିବା ଜଣାଯାଇଛିା ଅପରପକ୍ଷେ, ଏହାର ବିପରୀତ ଦିଗଟି ମଧ୍ୟ ପ୍ରଣୟରେ ଦୁର୍ନୀତି ପରି ନିଆରା ଆଧୁନିକ ଅପରାଧ ସୃଷ୍ଟି କରିଛିା ପ୍ରତ୍ୟକ୍ଷରେ ସାକ୍ଷାତ ନହୋଇ ବି ନିଜ ସମ୍ପର୍କରେ ମିଛ ସୂଚନା ଦେଇ ଶାଶ୍ବତ ପ୍ରେମକୁ ଆମନ୍ତ୍ରମ କରାଯାଉଛିା ମାତ୍ର ପ୍ରେମର ଚୂଡା଼ନ୍ତ ପାହାଚ ଚଢ଼ିବା ବେଳକୁ ନିଜର ପ୍ରକୃତ ପରିଚୟ ଧରାପଡି଼ଯିବା ଆଶଙ୍କାରେ ନାନା ବାହାନା କରି ଶେଷରେ ପ୍ରତିପକ୍ଷକୁ ଧୋକା ଦିଆଯାଉଛିା ଏପରିକି ସ୍ଥଳବିଶେଷରେ ଜଣେ ପ୍ରେମୀ ଅନ୍ଲାଇନ୍ରେ ନିଜର ପ୍ରେମସାଥୀକୁ ଏପରି ନିବିଡ଼ କରିପାରୁଛି ଯେ ସେ ନିଜର ସବୁକିଛି ସମର୍ପିଦେବାକୁ ମଧ୍ୟ ପଛାଉନାହିାଁ ଏହି ମଉକାରେ ଅନ୍ଲାଇନ୍ରେ ଅର୍ଥ ହଡ଼ପ ପରି ବିରଳ କୁତ୍ସିତ ପରମ୍ପରା ମଧ୍ୟ ଦେଖିବାକୁ ମିଳିଛିା ତେଣୁ ଏଭଳି ପ୍ରେମସାକ୍ଷାତରୁ ନିବୃତ ରହିବା ପାଇଁ ଗବେଷକମାନେ ସତର୍କ କରାଇଦେଇଛନ୍ତିା

ମିଳିଥିବା ସୂଚନାନୁଯାୟୀ, ଗତ ଦଶନ୍ଧି ଭିତରେ କେବଳ ଉତ୍ତର ଆମେରିକାରେ ହିଁ ୧୪୦୦ ସଂଖ୍ୟକ ଡେଟିଂ ସାଇଟ୍/ଚାଟିଂ ସାଇଟ୍ ଖୋଲିଛିା ସେହିପରି ବ୍ରିଟେନ୍(ୟୁକେ)ରେ ୨୩ ପ୍ରତିଶତ ଇଣ୍ଟନେଟ୍ ବ୍ୟବହାରକାରୀ ହିଁ କାହା ସହିତ ଅନ୍ଲାଇନ୍ରେ ନିର୍ଦ୍ଦିଷ୍ଟ ଅବଧି ଯାଏ ପ୍ରେମ ସମ୍ପର୍କ ରଖିଛନ୍ତିା ଏପରିକି ଛଅ ପ୍ରତିଶତ ବିବାହିତ/ବିବାହିତା ମଧ୍ୟ କାହାକୁ ପ୍ରେମଜାଲରେ ଫସାଇଥିବା ଜଣାଯାଇଛିା ତେବେ କେବଳ ଆମ ଭାରତରେ ଗ୍ଲିଡେନ୍ ନାମକ ଦାମ୍ପତ୍ୟ ବାହାର(ଏକ୍ସଟ୍ରାମାରିଟାଲ୍) ପ୍ରେମସାକ୍ଷାତ ଆପ୍ଲିକେସନ୍ ଏହି ଅବସରରେ ୧୦ ଲକ୍ଷ ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିପାରିଛିା ସେହିପରି ଲକ୍ଡାଉନ୍ ପରିସ୍ଥିତି ଭିତରେ ଟିଣ୍ତର ଏବଂ ବମ୍ବଲ୍ ପରି ଆପ୍ଲିକେସନ ମଧ୍ୟ ଦେଶରେ ଅନୁରୂପ ଲୋକପ୍ରିୟତା ହାସଲ କରିଥିବା ଜଣାଯାଇଛିା ତେବେ ଇଟାଲୀର ସିଏନା ବିଶ୍ବବିଦ୍ୟାଳୟ ଓ ସ୍କଟ୍ ବିଶ୍ବବିଦ୍ୟାଳୟ ଡାକ୍ତରଖାନାର ଗବେଷକମାନଙ୍କ ମତରେ କିଛି ଧୂର୍ତ୍ତ ଧପାବାଜ ଉେଦ୍ଦଶ୍ୟମୂଳକ ଭାବେ ନିଜର ଏକ ମନଗଡ଼ା ଅବାସ୍ତବ ପରିଚୟ ସୃଷ୍ଟି କରି ଅନ୍ଲାଇନ୍ରେ ନିଜର ପ୍ରେମସାଥୀ ଯୋଗାଡ଼ କରି ୬ରୁ ୮ ମାସ ଧରି କାରନାମା ଚଳାଇଥାନ୍ତିା ଏହି ଅବସରରେ ସେମାନେ ନିଜର ପ୍ରେମିକ/ପ୍ରେମିକା ସହ ଆବେଗପୂର୍ଣ୍ଣ ନିବିଡ଼ତା ସୃଷ୍ଟି କରିବା ପରେ ଅନ୍ଲାଇନ୍ରେ ଉଲ୍ଲେଖନୀୟ ଅର୍ଥ ମଧ୍ୟ ହଡ଼ପ କରି ଆଉ ଧରାଛୁଆଁ ଦେଉନାହାନ୍ତିା ଏହାଦ୍ବାରା କ୍ଷତିଗ୍ରସ୍ତ ପ୍ରେମୀଙ୍କୁ ଦୁଇଟି ମୁଖ୍ୟା ଉପାଦାନ ହରାଇବାକୁ ପଡୁଛିା ଗୋଟିଏ ନିଜର କଷ୍ଟଲବ୍ଧ ଅର୍ଥ ଏବଂ ଅନ୍ୟଟି ହେଉଛି ସେପର୍ଯ୍ୟନ୍ତ ସବୁଠୁ ମୂଲ୍ୟବାନ ସମ୍ପଦ ବୋଲି ବିଚାରୁଥିବା ସେହି ଆଠମାସିଆ ପ୍ରେମା ଅପରପକ୍ଷେ, ଏପରି ଧୋକା ପାଇବା ପରେ କ୍ଷତିଗ୍ରସ୍ତ ଜଣକ ନିଜର ବୁଦ୍ଧିବିବେକକୁ ଧିକାର କରିବା ସହ ମାନସିକ ଭାରସାମ୍ୟ ମଧ୍ୟ ହରାଇ ବସିବା ସାର ହେଉଛିା

ସମ୍ବନ୍ଧିତ ଖବର