ବଜେଟ୍‌ ଅଧିବେଶନ ପୂର୍ବରୁ କରୋନା ଆତଙ୍କ, ସଂସଦ ଭବନର ୪୦୦ କର୍ମଚାରୀ ସଂକ୍ରମିତ

ନୂଆଦିଲ୍ଲୀ: ବଜେଟ୍‌ ଅଧିବେଶନ ପୂର୍ବରୁ ସଂସଦ ଭବନରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେଇଛି। ସଂସଦ ଭବନରେ କାର୍ଯ୍ୟରତ ୪୦୨ କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତ ୬ ଓ ୭ ତାରିଖ ଦିନ ପ୍ରାୟ ସମସ୍ତ କର୍ମଚାରୀଙ୍କ ନମୂନା ଯାଞ୍ଚ ହୋଇଥିବା ବେଳେ ସେଥିରୁ ୪୦୨ ଜଣ ସଂକ୍ରମିତ ଥିବା ସୂଚନା ମିଳିଛି। କୋଭିଡ୍‌ ନିର୍ଦ୍ଦେଶାବଳି ପାଳନ କରି ଆବଶ୍ୟକ ସତର୍କତା ଅବଲମ୍ବନ କରି ରହିବା ପାଇଁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି। ଦିଲ୍ଲୀରେ ଆଜି ୨୨ ହଜାରରୁ ଅଧିକ ନୂଆ କୋଭିଡ୍‌ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ଓମିକ୍ରନ୍‌ ପ୍ରଜାତି ଦ୍ବାରା ମଧ୍ୟ ଦ୍ରୁତ ସଂକ୍ରମଣ ହେଉଥିବା ଜଣାପଡ଼ିଛି। ଦିଲ୍ଲୀରେ କରୋନାର ମୋଟ ମାମଲା ୧୫୨୬୯୭୯ରେ ପହଞ୍ଚିଛି। ଏହା ସହିତ ଦିଲ୍ଲୀରେ ପଜିଟିଭିଟି ହାର ଦୁଇ ପ୍ରତିଶତରୁ ବଢ଼ି ୨୩ ପ୍ରତିଶତରେ ପହଞ୍ଚିଲାଣି। ଦିଲ୍ଲୀରେ ସଂକ୍ରମଣ ରୋକିବା ପାଇଁ ପୂରା ସହରରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଏହା ସହିତ ଦୋକାନଗୁଡ଼ିକ ଅଡ୍‌-ଇଭନ୍‌ ଫର୍ମୁଲାରେ ଖୋଲୁଛି।

ସମ୍ବନ୍ଧିତ ଖବର