ଜଣେ କରୋନା ରୋଗୀ ୮୧୩ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି

ନୂଆଦିଲ୍ଲୀ: ଇଟାଲିରୁ କରୋନା ଭାଇରସ ସଂକ୍ରମିତ ହୋଇ ଫେରିଥିବା ଜଣେ ଭାରତୀୟ ଦିଲ୍ଲୀରେ ୮୧୩ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ଗତ ଫେବ୍ରୁଆରି ୨୦ରେ ଇଟାଲିରୁ କରୋନା ଭାଇରସ ସଂକ୍ରମିତ ହୋଇ ଜଣେ ୪୬ ବର୍ଷୀୟ ବ୍ୟକ୍ତି ଦିଲ୍ଲୀ ଫେରିଥିଲେ। ଏହି ବ୍ୟକ୍ତି ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ରହୁଥିଲେ। ତେବେ ତାଙ୍କ ସଂସ୍ପର୍ଶରେ ମୋଟ ୮୧୩ ଜଣ ଆସିଥିବା ଯାଞ୍ଚରୁ ଜଣାପଡ଼ିଛି। ଅପରପକ୍ଷେ, ଏହି ୪୬ ବର୍ଷୀୟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମା’ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ଏହି ବ୍ୟକ୍ତିଙ୍କ ସହିତ ସଂପର୍କରେ ଆସିଥିବା ତାଙ୍କ ପରିବାରର ଅନ୍ୟ ସଦସ୍ୟ ଏବଂ ସଂପର୍କୀୟମାନେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେମାନଙ୍କୁ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଛି।

ସମ୍ବନ୍ଧିତ ଖବର