କରୋନା ଭାଇରସ୍‌ ପାଇଁ ଇଟାଲିରେ କଡ଼ା କଟକଣା : ୧୦ ପ୍ରମୁଖ ସହର ସମେତ ସମସ୍ତ ସ୍କୁଲ୍‌ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ

ଏକସଙ୍ଗରେ ଏକାଧିକ ଲୋକ ରୁଣ୍ଡ ହେବାକୁ ମନା, ଇରାନ୍‌ରେ କରୋନା ଭାଇରସ୍‌ ଯୋଗୁଁ ୫ ଜଣଙ୍କ ମୃତ୍ୟୁ

ରୋମ୍‌ : ଦକ୍ଷିଣ କୋରିଆ ପରି ଏବେ ଇଟାଲିରେ ବି କରୋନା ଭାଇରସ୍‌ ପାଇଁ କଡ଼ା କଟକଣା ଲାଗୁ ହୋଇଛି। କରୋନା ଯୋଗୁଁ ଇଟାଲିରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଇଟାଲିର ଲୋମ୍ବାର୍ଡି‌ରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଭେନେଟୋରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଲୋମ୍ବାର୍ଡିରେ ସମୁଦାୟ ୧୬ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ପ୍ରଭାବିତ ସ୍ଥାନମାନଙ୍କ‌ରେ ଭାଇରସ୍‌ ‌ରୋକିବାପାଇଁ କଡ଼ା ପଦକ୍ଷେପ ଗ୍ରହଣ ହୋଇଛି। ଇଟାଲିରେ ୧୦ ପ୍ରମୁଖ ସହର ଏବେ ବନ୍ଦ ରହିଛି। ସେସବୁ ସହରର ରାସ୍ତାଘାଟ ଶୁନ୍‌ଶାନ୍‌ ହୋଇଯାଇଛି । ୫୦,୦୦୦ରୁ ଅଧିକ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି। ସମସ୍ତ ସ୍କୁଲ୍‌ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରାଯାଇଛି। କୌଣସି ପ୍ରକାର ବଡ଼ ଧରଣର ଉତ୍ସବ ପାଳନ କରିବାକୁ ଏବଂ ଏକସଙ୍ଗରେ ଏକାଧିକ ଲୋକ ରୁଣ୍ଡ ହେବାକୁ ମନା କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ରୋବେ‌ର୍ଟୋ ‌ସ୍ପେରାଞ୍ଜା କହିଛନ୍ତି, ଭାଇରସ୍‌ ରୋକିବାପାଇଁ କଡ଼ା ପଦକ୍ଷେପ ଗ୍ରହଣ ହେଉଛି। ସେ‌ପ‌‌ଟେ ଇରାନ୍‌ରେ କରୋନା ଭାଇରସ୍‌ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍‌ର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ସ୍ପ‌ଷ୍ଟ କରାଯାଇଛି। ଇରାନ୍‌ରେ ସମୁଦାୟ ୨୮ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର