ଜମ୍ମୁ ଓ କେରଳରେ ଦୁଇଜଣ କରୋନାଭାଇରସ୍‌ ଆକ୍ରାନ୍ତ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଲା

ଜମ୍ମୁ: ସୋମବାର ଦିନ କେରଳ ଏବଂ ଜମ୍ମୁରେ ଦୁଇ ଜଣଙ୍କର ନମୁନା ପଜିଟିଭ୍‌ ଆସିବା ପରେ ସମଗ୍ର ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହୋଇଛି। ଜମ୍ମୁରେ ଜଣେ ୬୩ ବର୍ଷୀୟ ବୃଦ୍ଧାଙ୍କ ନମୁନାରୁ କରୋନାଭାଇରସ୍‌ ଥିବା ଜଣାପଡ଼ିଛି। ଏହା ହେଉଛି ସେ ଅଞ୍ଚଳର ପ୍ରଥମ କରୋନାଭାଇରସ୍‌ ଆକ୍ରାନ୍ତ ଘଟଣା।

ଆଜିର ଦ୍ୱିତୀୟ ଆକ୍ରାନ୍ତଜଣକ ହେଉଛନ୍ତି କେରଳର ଜଣେ ତିନି ବର୍ଷୀୟ ବାଳିକା। ପିତାମାତାଙ୍କ ସହ ସେ ଇଟାଲିରୁ ଫେରିଥିଲା। ତାକୁ ଏର୍ଣ୍ଣାକୁଲମ୍‌ ମେଡିକାଲ୍‌ କଲେଜରେ ପୃଥକ୍‌ ରଖାଯାଇଛି। ସେ ହେଉଛି ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତ ପ୍ରଥମ ଶିଶୁ। ପରୀକ୍ଷଣ ପାଇଁ ଆଲାପ୍ପୁଝାସ୍ଥିତ ‘ଏନ୍‌ଆଇଭି ଲ୍ୟାବ୍‌’କୁ ତା’ର ନମୁନା ପଠାଯାଇଥିଲା।

Image Source: India Today

ଏହାଛଡ଼ା ପୂର୍ବରୁ ଦିଲ୍ଲୀ, ଜୟପୁର, ଆଗ୍ରା, ତେଲେଙ୍ଗାନା, ଲଦାଖ, ତାମିଲନାଡୁ ପ୍ରଭୃତି ଅଞ୍ଚଳରୁ କରୋନାସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଭାରତରେ ସମୁଦାୟ ୪୨ଜଣ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ତିନିଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସେମାନେ କେରଳର ବାସିନ୍ଦା।

ସମ୍ବନ୍ଧିତ ଖବର