ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦,୦୦୦ ଛୁଇଁବ, ସୁସ୍ଥଙ୍କ ସଂଖ୍ୟା ପାଖାପାଖି ୧୮,୦୦୦

ନୂଆଦିଲ୍ଲୀ: ମେ ୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦,୦୦୦ ଛୁଇଁବାକୁ ଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ୫୯୬୬୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୮୪୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୯୮୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୧ ଜଣ, ଆସାମରେ ୧ଜଣ, ବିହାରରେ ୫ ଜଣ, ଚଣ୍ଡିଗଡ଼ରେ ୧ଜଣ, ଦିଲ୍ଲୀରେ ୬୮ ଜଣ, ଗୁଜରାଟରେ ୪୪୯ ଜଣ, ହରିୟାଣାରେ ୮ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୯ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୦ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୦୦ ଜଣ, ମହାରାଷ୍ଟ୍ରରେ ୭୩୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୨ ଜଣ, ପଞ୍ଜାବରେ ୨୯ ଜଣ, ରାଜସ୍ଥାନରେ ୧୦୧ ଜଣ, ତାମିଲନାଡୁରେ ୪୦ ଜଣ, ତେଲେଙ୍ଗାନାରେ ୨୯ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୬୬ ଜଣ ଏବଂ ପଶ୍ଚମବଙ୍ଗରେ ୧୬୦ ଜଣ ।

Image Courtesy of BBC

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୮୮୭), ଅରୁଣାଚଳ ପ୍ରଦେଶ (୧), ଆସାମ (୫୯), ବିହାର (୫୭୧), ଚଣ୍ଡିଗଡ଼ (୧୫୦), ଛତିଶଗଡ଼ (୫୯), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୬୩୧୮), ଗୋଆ (୭), ଗୁଜରାଟ (୭୪୦୨), ହରିୟାଣା (୬୪୭), ହିମାଚଳ ପ୍ରଦେଶ (୫୦), ଜମ୍ମୁ ଓ କଶ୍ମୀର (୮୨୩), ଝାଡ଼ଖଣ୍ଡ (୧୩୨) କର୍ଣ୍ଣାଟକ (୭୫୩), କେରଳ (୫୦୩), ଲଦାଖ (୪୨), ମଧ୍ୟପ୍ରଦେଶ (୩୩୪୧), ମହାରାଷ୍ଟ୍ର (୧୯୦୬୩), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୨୭୧), ପୁଦ୍ଦୁଚେରୀ (୯), ପଞ୍ଜାବ (୧୭୩୧), ରାଜସ୍ଥାନ (୩୫୭୯), ତାମିଲନାଡୁ (୬୦୦୯), ତେଲେଙ୍ଗାନା (୧୧୩୩), ତ୍ରିପୁରା (୧୧୮), ଉତ୍ତରାଖଣ୍ଡ (୬୩), ଉତ୍ତରପ୍ରଦେଶ (୩୨୧୪) ଓ ପଶ୍ଚିମବଙ୍ଗ (୧୬୭୮) । ଆକ୍ରାନ୍ତଙ୍କ ମଧ୍ୟରେ ୧୧୧ ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୮୪୨), ଅରୁଣାଚଳ ପ୍ରଦେଶ (୧), ଆସାମ (୩୪), ବିହାର (୨୯୭), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୮), ଦିଲ୍ଲୀ (୨୦୨୦), ଗୋଆ (୭), ଗୁଜରାଟ (୧୮୭୨), ହରିୟାଣା (୨୭୯), ହିମାଚଳ ପ୍ରଦେଶ (୩୮), ଜମ୍ମୁ ଓ କଶ୍ମୀର (୩୬୪), ଝାଡ଼ଖଣ୍ଡ (୫୨), କର୍ଣ୍ଣାଟକ (୩୭୬), କେରଳ (୪୮୪), ଲଦାଖ (୧୭), ମଧ୍ୟପ୍ରଦେଶ (୧୩୪୯), ମହାରାଷ୍ଟ୍ର (୩୪୭୦), ମଣିପୁର (୨), ମେଘାଳୟ ୧୦, ଓଡ଼ିଶା (୬୩), ପୁଦ୍ଦୁଚେରୀ (୬), ପଞ୍ଜାବ (୧୫୨), ରାଜସ୍ଥାନ (୧୯୧୬), ତାମିଲନାଡୁ (୧୬୦୫), ତେଲେଙ୍ଗାନା (୭୦୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୬), ଉତ୍ତରପ୍ରଦେଶ (୧୩୮୭) ଓ ପଶ୍ଚିମବଙ୍ଗ (୩୬୪) ।

 

ସମ୍ବନ୍ଧିତ ଖବର