୨୪ଘଣ୍ଟାରେ ୩୦,୫୪୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୩,୮୫୧ ସୁସ୍ଥ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ  ପ୍ରାୟ ୩୦ ହଜାର ୫୪୮ ନୂଆ ସଂକ୍ରମଣ ସହ  ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୮,୪୫,୧୨୭ରେ ପହଞ୍ଚିଛି ଓ ୪୩୫ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହ ଦେଶରେ ୨୪ଘଣ୍ଟାରେ ୪୩,୮୫୧ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୮୮,୪୫,୧୨୭ରେ ପହଞ୍ଚିଛି । ଏହା ମଧ୍ୟରୁ ୪,୬୫,୪୭୮ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୩୦,୦୭୦ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୨,୪୯,୫୭୯ରେ ପହଞ୍ଚିଛି ।

ଏହା ସହ ଶନିବାର ଦେଶରେ ୮,୬୧,୭୦୬ଟି ନମୂୂନା ପରୀକ୍ଷା କରାଯାଇଥିବା ବେଳେ ନଭେମ୍ବର ୧୫ପର୍ଯ୍ୟନ୍ତ ୧୨,୫୬,୯୮,୫୨୫ଟି ନମୂନା ପରୀକ୍ଷା ସରିଛି। ଦେଶରେ କରୋନା ସଂକ୍ରମଣ କମୁଥିବାବେଳେ ଆଗାମୀ ଦିନରେ ସଂକ୍ରମଣର ୨ୟ ଲହରୀ ଆସିବାର ଆଶଙ୍କା କରୁଛନ୍ତି ବିଶେଷଜ୍ଞ ଓ ସରକାର । ଏ ନେଇ ଲୋକଙ୍କୁ ସତର୍କ ରହିବା ସହ କରୋନା ପ୍ରୋଟୋକଲ ମାନି ଚଳିବା ପାଇଁ କୁହାଯାଉଛି।

ସମ୍ବନ୍ଧିତ ଖବର