ମାଗସେସେ ପୁରସ୍କାର ନେବାକୁ ମନା କଲେ ସିପିଏମ୍‌ ନେତ୍ରୀ କେକେ ଶୈଳଜା

ତିରୁଅନନ୍ତପୁରମ୍ : ସିପିଆଇ(ଏମ୍) କେନ୍ଦ୍ରୀୟ କମିଟିର ସଦସ୍ୟା ତଥା କେରଳର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି ଯେ ୨୦୨୨ର ସମ୍ମାନଜନକ ରମଣ ମାଗସେସେ ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା। କିନ୍ତୁ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଏହି ପୁରସ୍କାର ଗ୍ରହଣ କରିବା ଲାଗି ସେ ସ୍ବୀକୃତି ପ୍ରଦାନ କରିନାହାନ୍ତି।

ରବିବାର ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଅନ୍ତର୍ଜାତୀୟ ପୁରସ୍କାର ନିମନ୍ତେ ଶୈଳଜାଙ୍କ ନାମ ଅନ୍ତିମ ମନୋନୀତ ତାଲିକାରେ ରହିଥିଲା। ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ କୋଭିଡ୍-୧୯ ଓ ନିପା ଭୂତାଣୁ ସଂକ୍ରମଣ ସମୟରେ ଶୈଳଜା ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ। ଏହି ସମୟରେ ଜନସ୍ବାସ୍ଥ୍ୟ ନିମନ୍ତେ ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରାଯାଇଥିଲା। କିନ୍ତୁ ଦଳ ପକ୍ଷରୁ କୁହାଯାଇଥିଲା ଯେ ପୂର୍ବତନ ଫିଲିପିନ୍ସ ରାଷ୍ଟ୍ରପତି ମାଗସେସେ କମ୍ୟୁନିଷ୍ଟ ବିରୋଧୀ ଥିବାରୁ ତାଙ୍କ ନାମରେ ଦିଆଯାଉଥିବା ପୁରସ୍କାର ଗ୍ରହଣ କରିବା ଉଚିତ ନୁହେଁ। ତେଣୁ ଏହି ପୁରସ୍କାର ନେବାକୁ ଶୈଳଜା ସମ୍ମତି ପ୍ରକାଶ କରି ନାହାନ୍ତି।

ସମ୍ବନ୍ଧିତ ଖବର