ପୁଲିସ ଷ୍ଟେସନରେ ମାନବିକ ଅଧିକାର ପ୍ରତି ବିପଦ ସର୍ବାଧିକ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ପୁଲିସ ହେପାଜତରେ ନିର୍ଯାତନା ଏବେ ବି ଚାଲିଛି। ପୁଲିସ ଷ୍ଟେସନରେ ମାନବିକ ଅଧିକାର ତଥା ଶାରୀରିକ ଅଖଣ୍ଡତା ପ୍ରତି ବିପଦ ସର୍ବାଧିକ ବୋଲି କହିଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନ‌ା।

ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଏଲଏସଏ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ମାନବିକ ଅଧିକାର ତଥା ଶାରୀରିକ ଅଖଣ୍ଡତା ପ୍ରତି ବିପଦ ପୁଲିସ ଷ୍ଟେସନରେ ସର୍ବାଧିକ। ପୁଲିସ ହେପାଜତରେ ନିର୍ଯାତନା ଏବଂ ପୁଲିସର ଅନ୍ୟ ଅତ୍ୟାଚାର ହେଉଛି ଏକ ସମସ୍ୟା ଯାହାକି ଆମ ସମାଜରେ ବିଦ୍ୟମାନ ଅଛି | ସାମ୍ବିଧାନିକ ଘୋଷଣାନାମା ଏବଂ ଗ୍ୟାରେଣ୍ଟି ସତ୍ତ୍ବେ ପୁଲିସ ଷ୍ଟେସନରେ ଆଇନଗତ ପ୍ରତିନିଧିତ୍ୱ ଅଭାବରୁ ପୁଲିସ ଦ୍ବାରା ଗିରଫ ବା ଅଟକ ଥିବା ବ୍ୟକ୍ତି ନିର୍ଯାତନାର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି।

Mint

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଲିସର ଏଭଳି କାମ ଉପରେ ନଜର ରଖିବା ପାଇଁ , ଆଇନଗତ ସହାୟତାର ସାମ୍ବିଧାନିକ ଅଧିକାର ଏବଂ ମାଗଣା ଆଇନ ସହାୟତା ସେବା ଉପଲବ୍ଧତା ସମ୍ବନ୍ଧରେ ସୂଚନା ବିସ୍ତାର କରିବା ଆବଶ୍ୟକ | ପ୍ରତ୍ୟେକ ପୁଲିସ ଷ୍ଟେସନ ବ‌ା ଜେଲରେ ଡିସପ୍ଲେ ବୋର୍ଡ ଏବଂ ଆଉଟଡୋର ହୋର୍ଡିଂ ସ୍ଥାପନ ଏହି ଦିଗରେ ଏକ ପଦକ୍ଷେପ |

ସମ୍ବନ୍ଧିତ ଖବର