ବନ୍ଧ ଭୁଶୁଡ଼ି ୫୦ ମୃତ

ବ୍ରାଜିଲ୍‌, :ବ୍ରାଜିଲ୍‌ର ବ୍ରୁମାଡିନୋ ସହର ନିକଟସ୍ଥ ଭାଲେର କୋରେଗୋ ଖଣି ଅଞ୍ଚଳରେ ଏକ ବନ୍ଧ ଭୁଶୁଡ଼ି ପଡ଼ିବା ଫଳରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦୦ରୁ ଊର୍ଦ୍ଧ୍ବ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ମାତ୍ର ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ୩୦୦ରୁ ଊର୍ଦ୍ଧ୍ବ ‌ଲୋକଙ୍କ ପତ୍ତା ମିଳିନଥିବାରୁ ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ତେବେ ସମସ୍ତ ନିଖୋଜ ବ୍ୟକ୍ତି ଖଣି ଓ ଡ୍ୟାମ କର୍ମଚାରୀ ବୋଲି ଜଣାପଡ଼ିଛି। ଅନେକ ସଂଖ୍ୟାରେ ବସ୍‌ ଏବଂ କାର୍‌ ମାଟିରେ ‌ପୋତି ‌ହୋଇଯିବା ସହ ନିକଟସ୍ଥ ଜନବସତି ମଧ୍ୟ ଜଳବନ୍ଦୀ ହୋଇ ରହିଛି।

ସମ୍ବନ୍ଧିତ ଖବର