‘ମା’ ତୋର କିଛି ହେବ ନାହିଁ , ଏ କରୋନା ମୋ ଠାରୁ ତତେ ଛଡେଇ ପାରିବ ନାହିଁ’ ଏପରି କହି ଛଟପଟ ହେଉଥିବା ମା’ ମୁହଁରେ ମୁହଁ ଯୋଡ଼ି ଅକ୍ସିଜେନ ଦେଉଛି ଝିଅ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ହେତୁ ଭାରତରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶର ବହରାଇଚରେ ଅକ୍ସିଜେନ ଅଭାବ ହେତୁ ଭୟାବହ ପରିସ୍ଥିତି ଦେଖିବାକୁ ମିଳିଛି। ଏଠାରେ ଥିବା ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ମା’ ଛଟପଟ ହେଉଥିବା ବେଳେ ଝିଅ ମୁହଁରେ ମୁହଁ ଲଗାଇ ଅକ୍ସିଜେନ ଦେବାକୁ ଚେଷ୍ଟା କରୁଛି।

ତେବେ ଏହି କରୋନା ମହାମାରୀ ସହିତ ଅକ୍ସିଜେନ ଅଭାବ ସଙ୍କଟ ସୃଷ୍ଟି କରିଛି। ନିକଟରେ ଅକ୍ସିଜେନ ଅଭାବରୁ ସ୍ବାମୀ ଛଟପଟ ହେଉଥିବା ବେଳେ ସ୍ତ୍ରୀ କିଛି ଉପାୟ ନପାଇ ନିଜ ମୁହଁ ସହିତ କରୋନା ସଂକ୍ରମିତ ସ୍ବାମୀଙ୍କ ମୁହଁ ଯୋଡ଼ି ଅକ୍ସିଜେନ ଦେବାକୁ ଚେଷ୍ଟା କରୁଥିବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଥିଲା।

मां को तड़पते देखा तो मुंह से ऑक्सीजन देने लगी बेटियां, इमोशनल कर देने वाला वीड‍ियो वायरल

ଏମିତି ଆଉ ଏକ ଘଟଣା ନଜରକୁ ଆସିଛି। ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି କରୋନା ସଂକ୍ରମିତ ମା’ ହସ୍ପିଟାଲ ଆସିଥିବା ବେଳେ ଅକ୍ସିଜେନ ଅଭାବରୁ ଛଟପଟ ହେଉଥିଲେ। ପାଖରେ ଥିବା ଝିଅ ଅକ୍ସିଜେନ ପାଇଁ ଅନେକଙ୍କୁ ଗୁହାରି କରିଥିଲେ ହେଁ କେହି ତାର କଥା ଶୁଣି ନଥିଲେ। ଶେଷ କିଛି  ଉପାୟ ନପାଇ ଝିଅ ତା ମା’କୁ କହୁଛି,‘ ମା’ ତୋର କିଛି ହେବନି, ତ ଝିଅ ତୋ ପାଖରେ ଅଛି। ମୁଁ ତତେ ଅକ୍ସିଜେନ ଦେବି। କରୋନା ମୋ ପାଖରୁ ତତେ ଛଡେଇ ନେବ ନାହିଁ।’

ପ୍ରତିଦିନ ଏଭଳି ଘଟଣା ଶୁଣିବା ଓ ଦେଖିବା ପରେ ଲୋକେ ଗୁହାରି କରୁଛନ୍ତି, ଏ କରୋନା ବହୁତ ହେଲାରେ , ଏଥର ତୁ ଚାଲିଯାଆ। ମଣିଷକୁ ଟିକେ ଶାନ୍ତିରେ ନିଶ୍ବାସ ମାରିବାକୁ ଦେ।

ସମ୍ବନ୍ଧିତ ଖବର