ବଙ୍ଗଳା ଅଭିନେତ୍ରୀ ଏନ୍ଦ୍ରିଲା ଶର୍ମାଙ୍କ ପରଲୋକ

କୋଲକାତା: ଖ୍ୟାତନାମା ବଙ୍ଗଳା ଅଭିନେତ୍ରୀ ଏନ୍ଦ୍ରିଲା ଶର୍ମାଙ୍କର ୨୪ ବର୍ଷ ବୟସରେ ଆଜି ପରଲୋକ ହୋଇଛି। ମସ୍ତିଷ୍କାଘାତ ଯୋଗୁଁ ଗତ ୧ ତାରିଖରେ ନାରାୟଣ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସପ୍ତାହକ ମଧ୍ୟରେ ତାଙ୍କର କେତେକ ଜଟିଳ ଅସ୍ତ୍ରୋପଚାର ହୋଇଥିଲା। ଗତ ୧୪ ତାରିଖରେ ଅଭିନେତ୍ରୀ ହୃଦ୍‌ଘାତରେ ପୀଡ଼ିତ ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।

ଏନ୍ଦ୍ରିଲା ପୂର୍ବରୁ କ୍ୟାନ୍‌ସରରେ ମଧ୍ୟ ପୀଡ଼ିତ ଥିଲେ ଏବଂ ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ତେବେ ହୃଦ୍‌ଘାତ ଯୋଗୁଁ ସେ କୋମାକୁ ଚାଲିଯାଇଥିଲେ ଏବଂ ଆଜି ତାଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଏନ୍ଦ୍ରିଲାଙ୍କ ଚିକିତ୍ସା ପାଇଁ ବଲିଉଡର ପ୍ରଖ୍ୟାତ ଗାୟକ ଅରିଜିତ ସିଂହ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର