ଆଇଏଏସ୍‌ ଅଫିସରଙ୍କ ଟୁଇଟ୍‌ : ମୋ ଚ୍ୟାମ୍ବରରେ ମଧ୍ୟ ମୁଁ ଅସଦାଚରଣର ଶିକାର ହୋଇଛି

ନୂଆଦିଲ୍ଲୀ : ଉତ୍ତର ଦିଲ୍ଲୀ ନଗର ନିଗମର କମିଶନର ବର୍ଷା ଯୋଶୀ ଯୌନ ଅସଦାଚରଣକୁ ନେଇ କରିଥିବା ଟୁଇଟ୍‌ ଏବେ ଚର୍ଚ୍ଚାରେ ରହିଛି । ଜଣେ ମହିଳା ଟୁଇଟ୍‌ରରେ ନିଜ ଅଞ୍ଚଳର କିଛି ଯୁବକଙ୍କ ଅସଦାଚରଣକୁ ନେଇ ଟୁଇଟ୍‌ କରିବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାକୁ ଦେଖି ରି-ଟୁଇଟ୍‌ କରିବା ପରେ ମୁଁ ମଧ୍ୟ ମୋ ଚ୍ୟାମ୍ବରରେ ଅସଦାଚରଣର ଶିକାର ହୋଇଛି ବୋଲି ଲେଖିଛନ୍ତି ବର୍ଷା ଯୋଶୀ । ଏହା ସହ ଏଭଳି ସମସ୍ୟାର ସମାଧାନ କ’ଣ ହୋଇ ପାରିବ ବୋଲି ଟୁଇଟ୍‌ କରି ଲେଖିଛନ୍ତି ବର୍ଷା ।

ସୂଚନା ମୁତାବକ, ଜଣେ କହିଳା ବର୍ଷାଙ୍କୁ ଟ୍ୟାଗ୍‌ କରି ଏକ ଟୁଇଟ୍‌ କରିଥିଲେ । ଯେଉଁଥିରେ ଲେଖାଥିଲା କି, ଆମ ଅଞ୍ଚଳରେ କିଛି ଲୋକ ଏକ ସ୍ଥାନରେ ବସି ହୁକ୍କା ଟାଣିବା ସହ ତାସ ଖେଳିଥାନ୍ତି । ଏହା ସହ ଯିବା ଆସିବା କରୁଥିବା ମହିଳାଙ୍କୁ ଦେଖି ଅପଶବ୍ଦ ବ୍ୟବହାର କରିଥାନ୍ତି । ପୂର୍ବରୁ ମୁଁ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତୁରନ୍ତ ଏ ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ।

ମହିଳାଙ୍କ ଟୁଇଟ୍‌ର ଜବାବ ରଖି ବର୍ଷା ଯୋଶୀ ଲେଖିଥିଲେ, ଉତ୍ତର ଭାରତରେ ମହିଳାମାନଙ୍କୁ ୨୪ଘଣ୍ଟା ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ମୋ ଚ୍ୟାମ୍ବରରେ ମଧ୍ୟ ମୋ ସହ ଲୋକେ ଦୁର୍ବ୍ୟବହାର କରିଥାନ୍ତି । ପୁରୁଷମାନେ କ’ଣ କରୁଛନ୍ତି ନ ଜାଣି ମହିଳାମାନଙ୍କ ପ୍ରତି ଅସଦାଚରଣ କରିଥାନ୍ତି । କୁହ, ଏହାର ସମାଧାନ କ’ଣ ହୋଇ ପାରିବ? ବୋଲି ଲେଖିଥିଲେ ବର୍ଷା ।

ସମ୍ବନ୍ଧିତ ଖବର