ସାମ୍ପ୍ରଦାୟିକ ସ୍ଲୋଗାନ ପାଇଁ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କୁ ହେପାଜତକୁ ନେଲା ପୁଲିସ

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ସ୍ଲୋଗାନ ଦେଇ ପୁଲିସ ହେପାଜତକୁ ଗଲେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ। ଦିଲ୍ଲୀର ଯନ୍ତରମନ୍ତର ନିକଟରେ ସାମ୍ପ୍ରଦାୟିକ ସ୍ଲୋଗାନ ଦେଇଥିବାରୁ ଆଜି ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏବଂ ଅନ୍ୟ ୫ଜଣଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା କରୁଛି ବୋଲି ଦିଲ୍ଲୀ ପୁଲିସ ସୂତ୍ରରୁ ପ୍ରକାଶ।

ସୋମବାର ଦିନ ଦିଲ୍ଲୀ ପୁଲିସ ବିଜେପିର ଅଶ୍ୱିନୀ ଉପାଧ୍ୟାୟଙ୍କୁ ଡକାଇ ପଚରାଉଚରା ପାଇଁ କନ୍ନଟ ପ୍ଲେସ ପୁଲିସ ଷ୍ଟେସନରେ ହାଜର ହେବାକୁ କହିଥିଲେ। ଅଶ୍ୱିନୀ ଉପାଧ୍ୟାୟଙ୍କ ସହ ପଚରାଉଚରା କରାଯାଉଥିବା ଅନ୍ୟ ୫ଜଣ ହେଉଛନ୍ତି ବିନୋଦ ଶର୍ମା, ଦୀପକ ସିଂ, ଦୀପକ, ବିନିତ କ୍ରାନ୍ତି, ପ୍ରୀତ ସିଂ। ସମସ୍ତ ୬ ଜଣଙ୍କୁ ଶୀଘ୍ର ଗିରଫ କରାଯିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ।

ଏହି ମାମଲା ସହ ଜଡ଼ିତ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ମାମଲାରେ ଯିଏ ଦାୟୀ ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସ କମିସନର ରାକେଶ ଆସ୍ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ଦିଲ୍ଲୀର ଯନ୍ତରମନ୍ତରରେ ଏକ ବିରୋଧ ସମୟରେ ସାମ୍ପ୍ରଦାୟିକ ସ୍ଲୋଗାନ ଦିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ସୋମବାର ଦିଲ୍ଲୀ ପୁଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଥିଲା। ଯନ୍ତରମନ୍ତରରେ ଭାରତ ଯୋଡୋ ଆନ୍ଦୋଳନ ଦ୍ୱାରା ଏହି ପ୍ରତିବାଦ କରାଯାଇଥିଲା।

ସମ୍ବନ୍ଧିତ ଖବର