ଗୌଣ ହେବ ଗଣତନ୍ତ୍ର: ନିର୍ବାଚନକୁ ପ୍ରଭାବିତ କରିବ ଏଆଇ

କେମ୍ବ୍ରିଜ (ଆମେରିକା): ସଂଗଠନଗୁଡ଼ିକ ଚାଟଜିପିଟି ପରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭାଷା ମଡେଲକୁ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବେ କି? କୃତ୍ରିମ ବୁଦ୍ଧିମତ୍ତା ଉପରେ ଆମେରିକା ସିନେଟରେ ଶୁଣାଣି ଚାଲିଥିବା ବେଳେ ଗତ ମେ ୧୬ ତାରିଖରେ ସେନ. ଜୋସ ହଲୀ ଓପନଏଆଇ ସିଇଓ ସାମ ଅଲ୍‌ଟମ୍ୟାନଙ୍କୁ ଏହି ପ୍ରଶ୍ନ ପଚାରିଥିଲେ। ଅଲ୍‌ଟମ୍ୟାନ ଉତ୍ତର ଦେଇଥିଲେ ଯେ, କେତେକ ଲୋକ ଭାଷା ମଡେଲ ବ୍ୟବହାର କରି ଜଣଜଣ କରି ଭୋଟରଙ୍କ ସହ ଭାବବିନିମୟ ମାଧ୍ୟମରେ ସେମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ଅଲ୍‌ଟମ୍ୟାନ ବିଶଦ ଭାବରେ ଏହାର ବ୍ୟାଖ୍ୟା କରି ନ ଥିଲେ ମଧ୍ୟ ସେ ଏଆଇର ବ୍ୟବହାର ନେଇ ଚିନ୍ତିତ ଥିବା ଜଣାପଡ଼ୁଥିଲା।

ରାଜନୈତିକ ପ୍ରଯୁକ୍ତିବିତ୍‌ମାନେ କ୍ଲଗର ନାମକ ଏକ ମେସିନର ବିକାଶ କରି ତା’ ମାଧ୍ୟମରେ ନିର୍ବାଚନର ପ୍ରଚାର କରିବେ। କ୍ଲଗର ନିରବଚ୍ଛିନ୍ନ ଭାବେ ଏହାର ଗ୍ରାହକଙ୍କୁ ଜିତାଇବା ପାଇଁ ଭୋଟରମାନଙ୍କ ଉପରେ ପ୍ରଭାବ ପକାଇବ। ଫେସ୍‌ବୁକ୍, ଟ୍ବିଟର ଓ ୟୁଟ୍ୟୁବ୍ ପରି ମଞ୍ଚଗୁଡ଼ିକ ବ୍ୟବହାରକାରୀଙ୍କୁ ନିଜ ସାଇଟ୍‌ରେ ଅଧିକ ସମୟ ବ୍ୟସ୍ତ ରଖିବା ପାଇଁ ଏଆଇର ବ୍ୟବହାର କରୁଥିବା ବେଳେ କ୍ଲଗର ଏଆଇର ଲକ୍ଷ୍ୟ ରହିବ ଭୋଟରଙ୍କ ଭୋଟିଂ ବ୍ୟବହାରକୁ ପରିବର୍ତ୍ତନ କରିବା। ଏହାଦ୍ବାରା ଗଣତନ୍ତ୍ର ଗୌଣ ହୋଇଯିବ ଏବଂ ଲୋକମାନେ ସ୍ବାଧୀନଭାବେ ମତ ସାବ୍ୟସ୍ତ କରି ନ ପାରି ଯେଉଁଭାବେ ପ୍ରଭାବିତ ହୋଇଥିବେ ସେହିପରି ଦଳ ବା ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର