ଆପ୍‌ର ଧର୍ମପାଳ ଲାକ୍ରା ସବୁଠୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସତ୍ୟପାଠ ଦାଖଲ କରିଥିବା ବିଧାୟକଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ଆମ୍‌ ଆଦ୍‌ମି ପାର୍ଟିର ପ୍ରାର୍ଥୀମାନେ ଅଧିକ ଧନୀ ବୋଲି ଜଣାପଡ଼ିଛି। ଆମ୍‌ ଆଦ୍‌ମି ପାର୍ଟିର ମୁଣ୍ଡ୍‌କା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଧର୍ମପାଳ ଲାକ୍ରା ସବୁଠୁ ଧନୀ ପ୍ରାର୍ଥୀ ବୋଲି ଜଣାପଡ଼ିଛି। ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ଧର୍ମପାଳଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୯୨ କୋଟି ଟଙ୍କା ବୋଲି ଜଣାପଡ଼ିଛି। ସେହିଭଳି ଆମ୍‌ ଆଦ୍‌ମି ପାର୍ଟିର ଅନ୍ୟ ଜଣେ ପ୍ରାର୍ଥୀ ପ୍ରମିଳା ତୋକାସ୍‌ଙ୍କ ସମ୍ପତ୍ତିର ମୂଲ୍ୟ ୮୦ କୋଟି ଟଙ୍କା। ସେହିଭଳି ଆପ୍‌ର ଅନ୍ୟଜଣେ ପ୍ରାର୍ଥୀ ଧନୱନ୍ତୀ ଚାଣ୍ଡେଲାଙ୍କର ସମ୍ପତ୍ତିର ମୂଲ୍ୟ ୫୫ କୋଟି। ଧନୱନ୍ତୀ ରାଜୌରି ଗାର୍ଡେନରୁ ଆପ୍‌ର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।

ସମ୍ବନ୍ଧିତ ଖବର