ଏମ୍ସ‌େର ଡାକ୍ତରମାନେ ପ୍ରଶାସନିକ ବିଭାଗର ଅଧ୍ୟକ୍ଷ ହେବେ

ନୂଆଦିଲ୍ଲୀ : ଭୁବନେଶ୍ବର ସମେତ ଦେଶର ୧୦ଟି ଏମ୍ସରେ ଡାକ୍ତରମାନେ ପ୍ରଶାସନିକ ବିଭାଗର ଅଧ୍ୟକ୍ଷ ହେବେ। ଭୁବନେଶ୍ବର ସହ ଭୋପାଳ, ଋଷିକେଶ, ରାୟପୁର, ପାଟନା, ‌ଯୋଧପୁର, ରାୟବରେଲୀ, ନାଗପୁର, କଲ୍ୟାଣୀ ଓ ମଙ୍ଗଳଗିରି ଏମ୍ସରେ ପ୍ରଶାସନିକ ବିଭାଗର ଅଧ୍ୟକ୍ଷ ରୂପେ ପ୍ରତିଷ୍ଠିତ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ୧୦ଟି ଏମ୍ସ ପାଇଁ ୧୦ ଜଣ ପ୍ରତିଷ୍ଠିତ ଡାକ୍ତରମାନଙ୍କ ନାମ ଚୟନ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କ ନାମ ଗୁଡ଼ିକ ଘୋଷଣା କରାଯିବ ବୋଲି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର