କେରଳରେ ବୁଲା କୁକୁର ଆତଙ୍କ: ଚଳିତ ବର୍ଷ କୁକୁର କାମୁଡ଼ାରେ ୨୧ ମୃତ

କେରଳ : କେରଳରେ ବୁଲା କୁକୁର ଆତଙ୍କ ଚରମ ସୀମାରେ ପହଞ୍ଚିଛି। ଚଳିତ ବର୍ଷ କୁକୁର କାମୁଡ଼ାରେ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହେବାପରେ ଲୋକମାନେ ବୁଲା କୁକୁରଙ୍କୁ ପିଟିପିଟି ଅତି ନିର୍ଦ୍ଦୟ ଭାବେ ମାରି ଦେଉଛନ୍ତି। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଦେଶରେ ପଶୁପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

କୋଟାୟାମ ଜିଲ୍ଲାରେ ଏକ ବୁଲା କୁକୁର ସମସ୍ତଙ୍କୁ ଗୋଡ଼େଇ କାମୁଡ଼ୁଥିବା ଅଭିଯୋଗ ହୋଇଥିଲା। ଶେଷରେ ଉକ୍ତ କୁକୁରଟିକୁ ପିଟିପିଟି ହତ୍ୟା କରାଯାଇଥିଲା। କେତେକ ସ୍ଥାନରେ ବୁଲା କୁକୁରଙ୍କୁ ଲୋକେ ବିଷ ଦେଇ ହତ୍ୟା କରିଥିଲେ। ରାଜ୍ୟରେ କୁକୁର ଆକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ସାଧାରଣ ଲୋକଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ ବୋଲି କେତେକ ମହଲ ଦେଇଛନ୍ତି।

ସମ୍ବନ୍ଧିତ ଖବର