୨ ବର୍ଷ ପରେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଟ୍ରମ୍ପ୍‌, ସୂଚନା ଦେଲା ମେଟା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମସ୍ତ ସୋସିଆଲ୍‌ ମିଡିଆ  ଆକାଉଣ୍ଟ୍‌ ବ୍ୟାନ୍‌ ହୋଇ ସାରିଥିବା ବେଳେ କିଛି ଆକାଉଣ୍ଟ୍‌କୁ ରିଷ୍ଟୋର୍‌ (ପୁଣି ଥରେ ଚଳା ଯାଇଛି) କରାଯାଇଛି। ଟ୍ରମ୍ପ୍‌ଙ୍କ ଉଭୟ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌କୁ ରିଷ୍ଟୋର୍‌ କରିଛି ମେଟା। ବ୍ୟାନ୍‌ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପ୍‌ଙ୍କ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ରିଷ୍ଟୋର୍‌ ହୋଇଛି।

ଫେସ୍‌ବୁକ୍‌ର ମୂଳ କମ୍ପାନି ମେଟା ଏକ ବ୍ଲକ୍‌ ପୋଷ୍ଟ୍‌ ଜରିଆରେ ଏ ସଂପର୍କରେ ସୂଚନା ଦେଇ ଲେଖିଛି ଯେ ‘ଲୋକମାନଙ୍କର ଜାଣିବା ଦରକାର ଯେ ସେମାନଙ୍କ ରାଜନେତା ଭଲ, ଖରାପ, ଅସଙ୍ଗତ କ’ଣ ବାର୍ତ୍ତା ଦେଉଛନ୍ତି। ଏବେ ସର୍ବସାଧାରଣ ସେ କଥାକୁ ଶୁଣିବାକୁ ସମର୍ଥ।’

ଆପଣଙ୍କ ସୂଚନା ସକା‌ଶେ ଜଣାଇ ଦେଉଛୁ ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ବ୍ୟାନ୍‌ ରହିଥିବା ବେଳେ ଏହାକୁ ରିଷ୍ଟୋର୍‌(ପୁଣି ଥରେ ଚଳାଇବାକୁ) ଇଚ୍ଛା ପ୍ରକାଶ କରିଥିଲେ ଟ୍ବିଟର୍‌ର ନୂଆ ମାଲିକ ଏଲନ୍‌ ମସ୍କ। କମ୍ପାନିର କିଛି ନୀତି ଉଲ୍ଲଂଘନ କରିବା ପରେ ‌ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ବ୍ୟାନ୍‌ କରି ଦିଆଯାଇଥିଲା।

ଟେସ୍‌ଲାର ସିଇଓ ତଥା ଟ୍ବିଟର୍‌ର ନୂଆ ମାଲିକ ମସ୍କ କହିଥିଲେ କି ସେ ତାଙ୍କର ପ୍ରଥମ କାମ ହେଉଛି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ରି‌ଷ୍ଟୋର୍‌ କରିବା। ମାତ୍ର ପୂର୍ବରୁ ଟ୍ରମ୍ପ୍‌ ଥରେ କହିଥିଲେ ଯେ ଟ୍ବିଟର୍‌ ତାଙ୍କ ଆକାଉଣ୍ଟ୍‌କୁ ରିଷ୍ଟୋର୍‌ କଲେ ମଧ୍ୟ ସେ ଆଉ ଟ୍ବିଟର୍‌କୁ ଫେରିବେ ନାହିଁ।

 

ସମ୍ବନ୍ଧିତ ଖବର