ସାମ୍ବାଦିକ ଜମାଲ ଖଶୋଗିଙ୍କ ହତ୍ୟା ଘଟନା ସତ୍ତ୍ୱେ ସାଉଦି ଯୁବରାଜଙ୍କୁ ସମର୍ଥନ କରୁଛନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ସେପ୍ଟେମ୍ବର ମାସରେ ବିଦ୍ରୋହୀ ସାମ୍ବାଦିକ ଜମାଲ ଖଶୋଗିଙ୍କୁ ହତ୍ୟା କରାଯାଇଥିବା ଯୋଜନା ସଂକ୍ରାନ୍ତରେ ସାଉଦୀ ଯୁବରାଜ ମହମ୍ମଦ ବିନ୍‌ ସଲ୍‌ମନ୍‌ ଜାଣିଥାଇ ପାରନ୍ତି ବୋଲି କହି ମଧ୍ୟ ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପଣ କରି କହିଛନ୍ତି ଯେ ସେ ସାଉଦି ଆରବର ବିଶ୍ୱସ୍ତ ସାଥୀ ହୋଇ ରହିବେ।

ସାଉଦି ଆରବ ଉପରେ କଠୋର କଟକଣା ଲାଗୁ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ସାଂସଦମାନଙ୍କ ତୀବ୍ର ଚାପକୁ ବେଖାତିର କରି ଟ୍ରମ୍ପ୍‌ ଆହୁରି ମଧ୍ୟ କହିଛନ୍ତି, ସେ ସାଉଦି ରାଜ୍ୟ ସହ ହୋଇଥିବା ସାମରିକ ଚୁକ୍ତି ରଦ୍ଦ କରିବେ ନାହିଁ। ଏହାକୁ ରଦ୍ଦ କରାଯିବା ବୋକାମି। ରଦ୍ଦ କରାଗଲେ ଏଥିରେ ରୁଷ୍‌ ଓ ଚୀନ୍‌ ଉପକୃତ ହେବେ।

ଟ୍ରମ୍ପ୍‌ କହିଛନ୍ତି, ଅକ୍ଟୋବର ୨ ତାରିଖରେ ଇସ୍ତାନ୍‌ବୁଲ୍‌ସ୍ଥିତ ସାଉଦି କନ୍‌ସୁଲେଟ୍‌ ମଧ୍ୟରେ ହୋଇଥିବା ଖଶୋଗିଙ୍କ ହତ୍ୟାର ପ୍ରମାଣ ଏବଂ କିଏ ଏହାର ଯୋଜନା କରିଥିଲା ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦାମାନେ ତାହାର ଅଧ୍ୟୟନ କରୁଛନ୍ତି।

ସମ୍ବନ୍ଧିତ ଖବର