ବଦଳି ସାରିଛି ନିୟମ: ପୁରୁଣା ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଥିଲେ ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମର ଉଲ୍ଲଂଘନ ପରେ ଲାଗୁଥିବା ଜରିମାନାକୁ ବଢ଼ାଇ ଦିଆଯାଇଥିଲା । ଏହାର ମାସେ ପରେ ସରକାର ଆଉ ଏକ ନୂଆ ନିୟମ ଆଣିଛନ୍ତି । ପୁରୁଣା ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଏବେ ଆଉ କାମରେ ଲାଗିବ ନାହିଁ । ଆପଣଙ୍କୁ ଆପଣଙ୍କ ଡ୍ରାଇଭିଙ୍ଗ୍‌ ଲାଇସେନ୍ସକୁ ଅପଡେଟ୍‌ କରାଇବାକୁ ପଡ଼ିବ । ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ସହ ଗାଡ଼ିର ରେଜିଷ୍ଟ୍ରେସନ ପ୍ରମାଣପତ୍ରକୁ ମଧ୍ୟ ଅପଡେଟ୍‌ କରାଇବାକୁ ହେବ । ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହୋଇ ସାରିଥିବା ବେଳେ ଏହି ଦୁଇଟି ଜିନିଷର ଫର୍ମାଟକୁ ବଦଳାଇ ଦିଆଯାଇଛି । ଏହି ପରିବର୍ତ୍ତନ ପରେ ଦେଶର ସବୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ପ୍ରମାଣପତ୍ରର ଫର୍ମାଟ ସମାନ ରହିବ । ଏବେ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ପ୍ରମାଣପତ୍ରର ରଙ୍ଗ, ଋପ, ଡିଜାଇନ୍‌ ଓ ସିକ୍ୟୁରିଟି ଫିଚର ସମାନ ହେବ ।

ନୂଆ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ପ୍ରମାଣପତ୍ରରେ କ୍ୟୁଆର୍‌ କୋଡ୍‌ ଓ ମାଇକ୍ରୋଚିପ୍‌ ରହିବ । ଯାହାଦ୍ୱାରା ସମସ୍ତ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ପ୍ରମାଣପତ୍ର ସମ୍ବନ୍ଧିତ ସୂଚନା ଗୋଟେ ସ୍ଥାନରୁ ମିଳି ପାରିବ । ଅକ୍ଟୋବର ୧ ପୂର୍ବରୁ ପ୍ରତି ରାଜ୍ୟ ପାଇଁ ଅଲଗା ଅଲଗା ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ପ୍ରମାଣପତ୍ରର ଫର୍ମାଟ ରହୁଥିଲା । କିନ୍ତୁ ଏବେ ସବୁ ସମାନ ହେବ ।

ड्राइविंग लाइसेंस, driving licence, driving licence format, DL, dl format, RC
zeenews.india.com

ମାଇକ୍ରୋଚିପ୍‌ ବା କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ଗାଡ଼ି ସହ ଚାଳକର ସମସ୍ତ ସୂଚନା ସହଜରେ ମିଳି ପାରିବ । ଏ ନେଇ ଟ୍ରାଫିକ ପୁଲିସଙ୍କୁ ହ୍ୟାଣ୍ଡି ଟ୍ରେକିଙ୍ଗ୍‌ ଡିଭାଇସ୍‌ ଦିଆଯିବାର ଯୋଜନା ରହିଛି । ସବୁ ଚାଳକଙ୍କ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପଛରେ ଜରୁରୀକାଳୀନ ନମ୍ବର ମଧ୍ୟ ଲେଖାଯିବ । କୌଣସି ଜରୁରୀକାଳୀନ ପରିସ୍ଥିତିରେ ପୁଲିସ ବା ଅନ୍ୟ କୌଣସି ଲୋକ ଏହି ନମ୍ବରରେ ସଂପର୍କ କରି ପାରିବେ ।

ସମ୍ବନ୍ଧିତ ଖବର