ଶୌଚାଳୟ ସହ କ୍ୟାମେରା ଆଗରେ କ୍ଲୋଜ୍‌ଅପ ସଟ୍‌ ଦେବା ସମୟରେ ମଧ୍ୟ ନିଜ ଝିଅକୁ ସ୍ତନ୍ୟପାନ କରାଇଛନ୍ତି ନେହା!

ମୁମ୍ବାଇ : ସାର୍ବଜନିକ ସ୍ଥାନରେ ସ୍ତନ୍ୟପାନ କରାଇବାକୁ ଏବେ ବି ଲୋକ ଏକ ଲଜ୍ଜା ବୋଲି ଭାବୁଥିବା ବେଳେ ଲୋକଙ୍କ ମନରେ ଏଭଳି ଭାବନା ହଟାଇବା ପାଇଁ ଅନେକ ସେଲିବ୍ରିଟି ସାର୍ବଜନିକ ସ୍ଥାନରେ ସ୍ତନ୍ୟପାନ କରାଉଛନ୍ତି । ପୂର୍ବରୁ ଅନେକ ମହିଳା ସାର୍ବଜନିକ ସ୍ଥାନରେ ସ୍ଥନ୍ୟପାନ କରାଉଥିବାର ଫଟୋ ସାମ୍ନାକୁ ଆସିଥିବା ବେଳେ ବଲିଉଡ୍‌ ଅଭିନେତ୍ରୀ ନେହା ଧୁପିଆ ସ୍ତନ୍ୟପାନକୁ ନେଇ ନିଜର ଅନୁଭବ ଜଣାଇଛନ୍ତି ।

Image result for neha-dhupia-has-breastfed-her-baby-in-the-craziest-places
Filmfare.com

ତାଙ୍କ କହିବା ଅନୁଯାୟୀ, ମୁଁ ମୋ ଝିଅ ମେହେରକୁ ବିମାନବନ୍ଦରର ଶୌଚାଳୟ, ଗଛ ପଛରେ, କାର୍‌ ଭିତରେ, ସୁଟିଂ ସେଟ୍‌, ଏମିତି କି କ୍ୟାମେରାରେ କ୍ଲୋଜ୍‌ଅପ୍‌ ସଟ୍‌ ଦେବା ସମୟରେ ମଧ୍ୟ ସ୍ତନ୍ୟପାନ କରାଇଛି । ମୁଁ ସବୁବେଳେ ମୋ ଝିଅ ପାଖରେ ରହିଥାଏ ଏବଂ ତାକୁ ଭୋକ ହେବା ମାତ୍ରେ ମୁଁ କେଉଁଠି ଅଛି ସେ କଥା ନ ଭାବି, ତାକୁ ସ୍ତନ୍ୟପାନ କରାଇଥାଏ । କିନ୍ତୁ ମୋ ହିସାବରେ ଗୋଟେ ମା’କୁ ସ୍ତନ୍ୟପାନ କରାଇବା ପାଇଁ ଭଲ ସ୍ଥାନ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ନେହା ।

ସମ୍ବନ୍ଧିତ ଖବର