ଯୌନଲାଳସା ମେଣ୍ଟାଇବା ପାଇଁ ମଳଦ୍ବାରରେ ଗ୍ଲାସ ଭର୍ତ୍ତି କଲେ ବ୍ୟକ୍ତି

ନୂଆଦିଲ୍ଲୀ: ନିଶାରେ ମଳଦ୍ବାରରେ ଗ୍ଲାସ ଭର୍ତ୍ତି କରିଦେଲେ ବ୍ୟକ୍ତି। ନେପାଳରେ ଘଟିଛି ଏଭଳି ଅଜବ ଘଟଣା। ନିଶାଗ୍ରସ୍ତ ହେବା ପରେ ଜାଣିନପାରି ଜଣେ ୪୫ବର୍ଷୀୟ ବ୍ୟକ୍ତି ନିଜ ମଳଦ୍ବାରରେ ପାଣି ଗ୍ଲାସ ଭର୍ତ୍ତି କରିଦେଇଥିଲେ। ପରେ ଡାକ୍ତର ଗ୍ଲାସଟି ପେଟରେ ଥିବା ଜାଣିବା ପରେ ଗ୍ଲାସକୁ କାଢ଼ିବା ପାଇଁ ତାଙ୍କୁ ୩ଦିନ ସମୟ ଲାଗିଥିବା ଜଣାପଡ଼ିଛି।

ଏହି ଘଟଣା ବିଷୟରେ ନ୍ୟାସନାଲ ମେଡିକାଲ ଆସୋସିଏସନ ପକ୍ଷରୁ ଅଧିକ ତଥ୍ୟ ପ୍ରକାଶ କରାଯାଇଛି। ଆସୋସିଏସନ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ପ୍ରଥମେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାବି କରିଥିଲେ ଯେ ଭୁଲବଶତଃ ସେ ଗ୍ଲାସକୁ ତାଙ୍କ ମଳଦ୍ବାରରେ ଭର୍ତ୍ତି କରିଥିଲେ। ଏହା ଶୁଣିବା ପରେ ନିଶାରେ ଥିବାରୁ ପୀଡ଼ିତ ଏଭଳି କରିଥିବା ଅନୁମାନ କରିଥିଲେ ଡାକ୍ତର। ହେଲେ ପରେ ପୀଡ଼ିତ ଡାକ୍ତରଙ୍କୁ ସବୁ ସତ ଜଣାଇଥିଲେ। ଯୌନଲାଳସା ମେଣ୍ଟାଇବା ପାଇଁ ସେ ଗ୍ଲାସ ଭର୍ତ୍ତି କରିଦେଇଥିବା ସହ ଏହି କାରଣରୁ ସେ ୨-୩ଦିନ ମଳତ୍ୟାଗ କରିପାରିନଥିବା ଡାକ୍ତରଙ୍କୁ କହିଥିଲେ। ଏହା ସହ ନିଶା ଛାଡିବା ପରେ ସେ ଗ୍ଲାସ ବାହାର କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଡାକ୍ତରଙ୍କ ପାଖକୁ ଆସିଥିବା କହିଥିଲେ।

ସମସ୍ୟା ଜାଣିବା ପରେ ଡାକ୍ତର ପୀଡ଼ିତଙ୍କ ସର୍ଜରୀ କରି ଗ୍ଲାସକୁ ବାହାରକୁ ଆଣିଥିଲେ ବୋଲି ଜଣାପଡ଼ିଛି। ସର୍ଜରୀର ୫ଦିନ ପରେ ପୀଡ଼ିତ ମଳତ୍ୟାଗ କରିବାକୁ ସକ୍ଷମ ହୋଇଥିଲେ ବୋଲି ନ୍ୟାସନାଲ ମେଡିକାଲ ଆସୋସିଏସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର