ତତ୍କାଳ ବୁକିଂ ର‍୍ୟାକେଟ୍‌ ଠାବ କଲା ଭାରତୀୟ ରେଳବାଇ

ନକଲି ଆଇଆର୍‌ସିଟିସି ସପ୍ଟେଓ୍ଵୟର୍‌

ନୂଆଦିଲ୍ଲୀ: ନକଲି ଆଇଆର୍‌ସିଟିସି ସଫଟ୍‌େଓ୍ଵର ମାଧ୍ୟମରେ ତତ୍କାଳ ଟିକଟ ବୁକିଂ କରୁଥିବା ଏକ ବିଶାଳ ର‍୍ୟାକେଟ୍‌ ଠାବ ହୋଇଛି। ଆଇଆରସିଟିସି (ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଙ୍ଗ ଆଣ୍ଡ ଟୁରିଜ୍‌ମ କର୍ପୋରେସନ୍‌) େଓ୍ଵବସାଇଟ୍‌କୁ ଏକ ଜାଲ୍‌ ସଫ୍ଟେଓ୍ଵୟାର ଦ୍ୱାରା ସଂଯୋଗ କରି ଏହି କାରବାର ଚାଲିଥିଲା ବୋଲି ଜଣାପଡ଼ିଛି। ଏହି ର‍୍ୟାକେଟର ମାଷ୍ଟରମାଇଣ୍ଡ ସଲମାନ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସଲମାନ୍‌ ଏବେ ଆରପିଏଫ୍‌ ହାଜତରେ ରହିଛନ୍ତି। ର‍୍ୟାକେଟ୍‌ରେ ସଲମାନ୍‌ ସମୁଦାୟ ୫୪୦୦ ଦଲାଲ୍‌ଙ୍କୁ ବ୍ୟବହାର କରିଥିବା ଜେରାରୁ ଜଣାପଡ଼ିଛି। ଏହି ନକଲି କାରବାର ପାଇଁ ମାତ୍ର ୭୦୦ ଟଙ୍କାର ଏକ ସଫ୍ଟେଓ୍ଵୟାର ବ୍ୟବହାର ହେଉଥିଲା ଏବଂ ଏହାର ନିଜେ ସଲ୍‌ମାନ ତିଆରି କରିଥିଲେ। ସଫ୍ଟେଓ୍ଵୟାରଟି ଆଇଆରସିଟିସି ସର୍ଭର୍‌କୁ ଠକି ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଟିକଟ୍‌ ବୁକ୍‌ କରିପାରୁଥିଲା। ଆଇଆର୍‌ସିଟିସି େଓ୍ଵବ୍‌ସାଇଟ୍‌ ଲଗ୍‌୍‌ ଇନ୍‌ କରିବା ମାତ୍ରେ ତତ୍‌୍‌କ୍ଷଣାତ ଯାତ୍ରୀଙ୍କ ସମସ୍ତ ବିବରଣୀ କାଉଣ୍ଟର ସଫ୍ଟେଓ୍ଵୟାରରେ ଏଣ୍ଟ୍ରି ହେଉଥିଲା। ସକାଳ ୧୦ଟାରେ ବୁକିଂ ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ଏହି କାଉଣ୍ଟର୍‌ ସଫ୍ଟେଓ୍ଵୟାରରୁ ଯାତ୍ରୀଙ୍କର ସମସ୍ତ ତଥ୍ୟ ଆଇଆରସିଟିସି େଓ୍ଵବସାଇଟ୍‌କୁ ଆପେଆପେ ସ୍ଥାନାନ୍ତର ହୋଇଯାଉଥିଲା। ଆଇଆରସିଟିସି େଓ୍ଵବସାଇଟ୍‌ ସହିତ ତାଳଦେଇ ଏହା ସଠିକ୍‌ କାମ କରୁଥିଲା। ସଲମାନ୍‌ ବହୁ ସଂଖ୍ୟାରେ ଏହି ସଫ୍ଟେଓ୍ଵୟାର ବିକ୍ରି କରିଥିବା ମଧ୍ୟ ଜଣାପଡ଼ିଛି। ଗୋଟିଏ ମାସ ମଧ୍ୟରେ ଏହି ସଫ୍ଟେଓ୍ଵୟାରଟି ୨୫୦୦ରୁ ଊର୍ଦ୍ଧ୍ୱ କମ୍ପ୍ୟୁଟରରେ ଡାଉନ୍‌ଲୋଡ୍‌ ହୋଇଛି।

ସମ୍ବନ୍ଧିତ ଖବର