ଗିନିରେ ପୁଣି ଇବୋଲା: ୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗିନିରେ ପୁଣି ଭୟଙ୍କର ଇବୋଲା ରୋଗ ଦେଖାଦେଇଛି। ଏହି ଭୂତାଣୁ ଜନିତ ରୋଗରେ ୭ ଜଣ ପୀଡ଼ିତ ହୋଇଥିବା ଚିହ୍ନଟ ହୋଇଥିବା‌ ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରବିବାର ଜଣାପଡ଼ିଛି। ସମଗ୍ର ବିଶ୍ବ ଗତ ପ୍ରାୟ ‌ବର୍ଷେ ହେଲା କରୋନା ମହାମାରୀ ସହ ଲଢ଼ୁଥିବାବେଳେ ଗିନିରେ ଏବେ ଇବୋଲା ରୋଗୀ ଚିହ୍ନଟ ହେବା ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ବଢ଼ାଇ ଦେଇଛି। ଫଳରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗିନିକୁ ଜରୁରୀ ସହାୟତାର ହାତ ବଢ଼ାଇଛି। ଆଫ୍ରିକା ପାଇଁ ନିଯୁକ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡ ମାସିଦିସୋ ମୋଏତି ଏକ ବିବୃତିରେ କହିଛନ୍ତି ଗିନିରେ ଇବୋଲା ରୋଗ ବାହାରିବା ଏକ ଗଭୀର ଚିନ୍ତାର ବିଷୟ।

ସମ୍ବନ୍ଧିତ ଖବର