କୋଚିରେ ସାଉଦି ଆରବରୁ ଆସୁଥିବା ବିମାନର ଜରୁରୀ ଅବତରଣ

କୋଚି : ସାଉଦି ଆରବର ରାଜଧାନୀ ଜେଦାରୁ କୋରଳର କୋଜିକୋଡ୍ ଯାଉଥିବା ଏକ ସ୍ପାଇସଜେଟ୍ ଯାତ୍ରୀବାହୀ  ବିମାନ କୋଚିନ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରିଛି । ଏହି ବିମାନରେ ୧୯୭ ଜଣ ଯାତ୍ରୀ ଥିଲେ ଓ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି ।

ଏୟାରପୋର୍ଟ କର୍ମଚାରୀଙ୍କ କହିବା ଅନୁସାରେ ଏହି ବିମାନର ହାଇଡ୍ରୋଲିକ୍ କାମ ନ କରିବାକୁ ତାହାର ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ଜରୁରୀକାଳୀନ ଅବତରଣ ପାଇଁ ଶୁକ୍ରବାର ସଂଧ୍ୟା ସାଢେ ୬ଟାରେ କୋଚିନ ଏୟାରପୋର୍ଟକୁ ସତର୍କ କରିଦିଆଯାଇଥିଲା । ଏହା ପରେ ସଂଧ୍ୟା ୭ଟା ୧୯ ମିନିଟରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ।

ହାଇଡ୍ରୋଲିକ୍ ଗୋଟିଏ ବିମାନର ଏକ ଅତି ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା । ଏହା ବିମାନର ଗତି, ଉପର-ତଳ କରିବା କିମ୍ବା ବାମ ଓ ଡାହାଣକୁ ଢଳିବା ଆଦିରେ ସହାୟକ ହୋଇଥାଏ । ସରଳ ଭାଷାରେ କହିଲେ ଏହି ବ୍ୟବସ୍ଥା ଖରାପ ହେଲେ ପାଇଲଟ୍ ବିମାନ ଉପରୁ ନିୟନ୍ତ୍ରଣ ହରାଇବାର ଆଶଙ୍କା ରହିଛି । ଏଣୁ ଶୁକ୍ରବାର ଦିନ ସ୍ପାଇସଜେଟର ହାଇଡ୍ରୋଲିକ ଖରାପ ହେବା ପରେ ଏହା ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ଥିଲା । ଏଣୁ ପାଇଲଟମାନେ ଅତି ଦକ୍ଷତାର ସହ ଓ ସୁରକ୍ଷିତ ଭାବେ ବିମାନର ଅବତରଣ କରି ଏକ ବଡ଼ ଦୁର୍ଘଟଣାକୁ ଏଡାଇଦେଇପାରିଛନ୍ତି ।

 

 

 

ସମ୍ବନ୍ଧିତ ଖବର