ଜମ୍ମୁ ଓ କଶ୍ମୀରର ‌ଶୋପିଆଁରେ ଏନ୍‌କାଉଣ୍ଟର; ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଶୁକ୍ରବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶୋପିଆଁର ରଖାମା ଅଞ୍ଚଳରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି। ଜମ୍ମୁ ଓ କଶ୍ମୀର ପୁଲିସ କହିବା ଅନୁସାରେ, ଏହି ଅଭିଯାନରେ ପରିଚୟ ମିଳି ନ ଥିବା ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।

Image Courtesy of Zee News

ଜମ୍ମୁ ଓ କଶ୍ମୀର ପୁଲିସ କହିଛି ଯେ, ଉପରୋକ୍ତ ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବାର ସୁନିର୍ଦ୍ଦିଷ୍ଟ ସୂଚନା ମଳିଥିଲା। ପୁଲିସ ଓ ନିରାପତ୍ତା ବଳଙ୍କ ମିଳିତ ଦଳ ସେଠାରେ ତଲାସ ଅଭିଯାନ ଆରମ୍ଭ କରିବାକ୍ଷଣି ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗଳି ଚଳାଇଥିଲେ। ଫଳତଃ, ନିରାପତା ବଳଙ୍କୁ ପାଲଟା ଗୁଳି ଚଳାଇବାକୁ ପଡ଼ିଲା। ଗୁଳି ବିନିମୟ ହେତୁ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ମଧ୍ୟ ତଲାସ ଅଭିଯାନ ଚାଲିଛି।

ପୁଲିସ ଏବଂ ନିରାପତ୍ତା ବଳଙ୍କଦ୍ବାରା ଆରମ୍ଭ ହୋଇଥିବା ଉପରୋକ୍ତ ଅଭିଯାନ ଏବେ ମଧ୍ୟ ଚାଲୁ ରହିଛି। ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ପରେ ମିଳିବ ବୋଲି ପୁଲିସ କହିଛି।

 

ସମ୍ବନ୍ଧିତ ଖବର