ଉତ୍ତରପ୍ରଦେଶରେ ଏନକାଉଣ୍ଟରରେ ମରିଥିବା ୩୭ ପ୍ରତିଶତ ହେଉଛନ୍ତି ମୁସଲମାନ: ଓୱେସି

ଲଖନଉ: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଉତ୍ତରପ୍ରଦେଶ ପୁଲିସର ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଉତ୍ତରପ୍ରଦେଶ ପୁଲିସର ଏନକାଉଣ୍ଟରକୁ ନେଇ ଓୱେସି ବିବାଦୀୟ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ ହେବା ଦିନଠାରୁ ଏନକାଉଣ୍ଟରରେ ନିହତ ହୋଇଥିବା ଲୋକଙ୍କ ମଧ୍ୟରୁ ୩୭% ମୁସଲମାନ ଥିବାବେଳେ ରାଜ୍ୟରେ ମୁସଲମାନ ଜନସଂଖ୍ୟା ୧୮-୧୯% ରହିଛି |

ଉତ୍ତରପ୍ରଦେଶର ବଳରାମପୁରରେ ଅସଦୁଦ୍ଦିନ ଓୱେସି ଏକ ଜନସମାବେଶକୁ ସମ୍ବୋଧିତ କରିବାବେଳେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲେ | ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଇନକୁ ଭାଙ୍ଗିବାରେ କୌଣସି ବାଟ ଛାଡି ନାହାଁନ୍ତି। ଯୋଗୀ କେବଳ ଗୋଟିଏ ଧର୍ମ ଏବଂ ଜାତିର ଭ୍ରାତୃଭାବ ବିଷୟରେ କଥାବାର୍ତ୍ତା କରନ୍ତି |

ଯୋଗୀଙ୍କ ଧର୍ମନିରପେକ୍ଷତା ବିବୃତିକୁ ନେଇ ସେ କହିଛନ୍ତି ଯେ, ୨୦୧୭ ରୁ ୨୦୨୦ ମଧ୍ୟରେ ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ ହେବା ପରଠାରୁ ୬୪୭୫ ଏନକାଉଣ୍ଟର ହୋଇଛି | ଆଉ ଏନକାଉଣ୍ଟରରେ ନିହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୩୭% ମୁସଲମାନ ଅଛନ୍ତି। ଉତ୍ତରପ୍ରଦେଶରେ ମୁସଲମାନମାନଙ୍କ ସଂଖ୍ୟା ମାତ୍ର ୧୮ କିମ୍ବା ୧୯ ପ୍ରତିଶତ ଥିବାବେଳେ ଏଭଳି ଅତ୍ୟାଚାର କାହିଁକି ହେଉଛି | ଦେଶର ବୃହତ୍ତମ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୁହନ୍ତି ଯେ ଗୁଳି ମାରିଦିଅ |

ସମ୍ବନ୍ଧିତ ଖବର