ପୂର୍ବତନ ସାଂସଦମାନଙ୍କୁ ସରକାରଙ୍କ ଚରମବାଣୀ; ୭ ଦିନ ଭିତରେ ବଙ୍ଗଳା ଖାଲିକର ନଚେତ କାଟି ଦିଆଯିବ ବିଦ୍ୟୁତ ଓ ପାଣି ସଂଯୋଗ

ନୂଆଦିଲ୍ଲୀ: ସଂସଦର ଯେଉଁ ପୂର୍ବତନ ସାଂସଦମାନେ ନିଜ କାର୍ଯ୍ୟକାଳ ସରିବା ପରେ ବି ସେମାନଙ୍କୁ ମିଳିଥିବା ସରକାରୀ ବଙ୍ଗଳାକୁ ଛାଡ଼ି ନାହାନ୍ତି, ସେମାନଙ୍କୁ ଆଜି ଚରମ ଚେତାବନୀ ଶୁଣାଇଛନ୍ତି କେନ୍ଦ୍ର ସରକାର। ଆଗାମୀ ୭ ଦିନ ମଧ୍ୟରେ ଯଦି ପୂର୍ବତନ ସାଂସଦମାନେ ସେମାନଙ୍କୁ ମିଳିଥିବା ସରକାରୀ ବଙ୍ଗଳାକୁ ଖାଲି ନକରନ୍ତି, ତେବେ ସେମାନଙ୍କ ବଙ୍ଗଳାରୁ ବିଦ୍ୟୁତ ଓ ପାଣି ସଂଯୋଗକୁ କାଟି ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସେମାନଙ୍କୁ ଚରମ ବାଣୀ ଶୁଣାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ସଂସଦକୁ ନିର୍ବାଚିତ ହୋଇଥିବା ବହୁ ସାଂସଦ ଏଯାବତ୍‌ ସରକାରୀ ବଙ୍ଗଳା ପାଇ ପାରି ନାହାନ୍ତି। ଫଳରେ ସେମାନେ ରାଜଧାନୀରେ ଥିବା ନିଜ ନିଜ ରାଜ୍ୟର ଅତିଥି ଭବନରେ ରହୁଛନ୍ତି। କିନ୍ତୁ, ସଂସଦରୁ କାର୍ଯ୍ୟକାଳ ଶେଷ ହୋଇ ଯାଇଥିଲେ ବି ବହୁ ପୂର୍ବତନ ସାଂସଦ ସେମାନଙ୍କୁ ରାଜଧାନୀ ଦିଲ୍ଲୀର ପ୍ରମୁଖ ଅଞ୍ଚଳରେ ମିଳିଥିବା ସରକାରୀ ବଙ୍ଗଳାକୁ ଖାଲି ନକରି ନିଜ ନିଜର କବ୍‌ଜାରେ ରଖିଛନ୍ତି। ବଙ୍ଗଳା ଖାଲି କରିବାକୁ ସରକାରଙ୍କ ପକ୍ଷରୁ ସେମାନଙ୍କ ନିକଟକୁ ବାରମ୍ବାର ନୋଟିସ୍‌ ଯାଉଥିଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ଏପରିସ୍ଥିତିରେ କେନ୍ଦ୍ର ସରକାର ଅନୋନ୍ୟପାୟ ହୋଇ ଆଜି ଶେଷରେ ସେମାନଙ୍କୁ ଏପରି ଚରମବାଣୀ ଶୁଣାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର