ଚମତ୍କାର ଦେଖାଇଲା ଟିକା! ଟିକା ନେବା ପରେ ଦୃଷ୍ଟିଶକ୍ତି ଫେରି ପାଇଲେ ମହିଳା

ୱାଶିମ୍‌: କରୋନା ଟିକାକୁ ନେଇ ଅନେକ ଭ୍ରାନ୍ତ ଧାରଣା ଏବେ ବି ହଟିନାହିଁ। ଦେଶରେ ଟିକାକରଣ ତ୍ବରାନ୍ବିତ ହୋଇଥିଲେ ସୁଦ୍ଧା ଅନେକ ସଂଖ୍ୟାରେ ଲୋକ ଏବେ ବି ଟିକା ନେବାପାଇଁ ପଛଘୁଞ୍ଚା ଦେଉଛନ୍ତି । କିନ୍ତୁ କିଛି କ୍ଷେତ୍ରରେ ଟିକା ନେଇଥିବା ଲୋକ ସକରାତ୍ମକ ଫଳ ପାଉଥିବା ଦେଖିବାକୁ ମିଳିଛି। ଏକ ଅପ୍ରତ୍ୟାଶିତ ଘଟଣାରେ ମହାରାଷ୍ଟ୍ର ୱାଶିମ୍‌ ଜିଲ୍ଲାର ଜଣେ ମହିଳା କରୋନା ଟିକା ନେବାପରେ ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି। ୱାଶିମ୍‌ ଜିଲ୍ଲା ଅଧୀନସ୍ଥ ବାନ୍ଦେରୱାଡ଼ି ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ମଥୁରାବାଇ ବିଦ୍‌ଭେ।

ଗତ ୯ ବର୍ଷ ଧରି ସେ ଅନ୍ଧକାର ମଧ୍ୟରେ ଥିଲେ। ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଆଖି ଡୋଳା ଧଳା ପଡ଼ି ଯାଇଥିଲା। ସେ ତାଙ୍କ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବେ ହରାଇ ଦେଇଥିଲେ। କିନ୍ତୁ କରୋନା ଟିକା ନେବାପରେ ଚମତ୍କାର ହୋଇଛି। ମଥୁରାବାଇ ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି। ମଥୁରାବାଇ ଜୁନ୍‌ ୨୬ରେ ପ୍ରଥମ ଡୋଜ୍‌ କୋଭିସିଲ୍ଡ ଟିକା ନେଇଥିଲେ। ତେବେ ଟିକା ନେବାପରେ ତାଙ୍କ ଗୋଟିଏ ଆଖିରେ ୩୦ରୁ ୪୦ ପ୍ରତିଶତ ଦୃଷ୍ଟିଶକ୍ତି ଫେରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର