ୟୁକ୍ରେନ-ରୁଷିଆ ଯୁଦ୍ଧରେ ରାଷ୍ଟ୍ରପତିଙ୍କ ନକଲି ଭିଡିଓ ବି ବ୍ୟବହାର କରାଯାଉଛି!

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାମ ନେଉ ନାହିଁ। ଯୁଦ୍ଧ ସହିତ ଟେକ୍ନୋଲୋଜିର ବ୍ୟବହାର କରି ମଧ୍ୟ ଲୋକମାନଙ୍କୁ ଭ୍ରମିତ କରାଯାଉଛି। ଟ୍ଵିଟରରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ସେ ଯୁଦ୍ଧ ସମାପ୍ତ ହୋଇଥିବାର ଘୋଷଣା କରୁଛନ୍ତି। ଏହି ସପ୍ତାହରେ ୟୁଟ୍ୟୁବ୍ ଓ ମେଟା ଏଭଳି ଏକ ଭିଡିଓକୁ ଡିଲିଟ୍ କରିଛନ୍ତି, ଯେଉଁଥିରେ ୟୁକ୍ରେନ ରାଷ୍ଟ୍ରପତି ଭେଲେଦିମର ଜେଲେନ୍‌ସ୍କି ରୁଷିଆ ପାଖରେ ଆତ୍ମସମର୍ପଣ କରିଥିବା ବିଷୟରେ କଥା ହେଉଛନ୍ତି। ଏପରି ନକଲ କରିବାର ଟେକ୍ନୋଲୋଜିକୁ ଡିପ୍-ଫେକ୍ କୁହାଯାଉଛି।

ସମ୍ପର୍କୀୟମାନଙ୍କ ପୁରୁଣା ଫଟୋଗୁଡିକ ଦ୍ଵାରା ଡିପ୍-ଫେକ୍ ଆନିମେସନ୍ ତିଆରି କରାଯାଉଥିବା ଟୁଲ୍ ବହୁତ ଚର୍ଚ୍ଚିତ ହୋଇଥିଲା। ଏହାକୁ ତିଆରି କରିଥିବା କମ୍ପାନି ମୟହେରି଼ଟେଜ୍ ଏକ ନୂଆ ଲାଇଭଷ୍ଟୋରି ନେଇକି ଆସିଛି ଯାହାଦ୍ଵାରା ଚରିତ୍ରଗୁଡିକ କଥା ବି କହିପାରିବେ। ଗତବର୍ଷ ଯେତେବେଳେ ଦକ୍ଷିଣ ଆଫ୍ରିକାର ପ୍ରସାରକ ନେଟଓ୍ଵର୍କ ଏବିଏନ୍ କହିଥିଲା ସେ ନିଜର ଏକ ନ୍ୟୁଜରିଡର୍ କିମ୍ ଜୁ ହୋ’ଙ୍କର ଡିପ୍-ଫେକର ବ୍ୟବହାର କରୁଛି। ସେତେବେଳେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖା ଦେଇଥିଲା। ତେବେ ରାଜନୀତିରେ ଡିପ୍-ଫେକର ବ୍ୟବାହର କ୍ଵଚିତ ହେଉଛି।

ଭିଟନେସ୍ ଡଟ୍ ଓଆରଜିର ନିର୍ଦ୍ଦେଶକ ସେମ୍ ଗ୍ରେଗୋରିଙ୍କ ଅନୁସାରେ, ଜେଲେନ୍‌ସ୍କିଙ୍କ ଭିଡିଓ ଡିପ୍-ଫେକ୍ ସମସ୍ୟାର ଏକ ଭଲ ଉଦାହରଣ। ଏହା ବହୁତ ଭଲ ଡିପ୍-ଫେକ୍ ନଥିଲା ତେଣୁ ଆରମ୍ଭରୁ ହିଁ ଧରା ପଡିଥିଲା। ୟୁକ୍ରେନ ଏହାର ପର୍ଦଫାଶ କରିଥିଲା ଓ ରାଷ୍ଟ୍ରପତି ଜେଲେନ୍‌ସ୍କି ନିଜେ ସୋସିଆଲ ମିଡିଆରେ ଏହାକୁ ନକଲି ଦର୍ଶାଇଥିଲା। କିଛି ସପ୍ତାହ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଏକ ଡିପ୍ ଫେକ୍ ଭିଡିଓ ଆସିଥିଲା ଯାହାକୁ ଅନେକ ଲୋକ ବ୍ୟଙ୍ଗାତ୍ମକ ମାନି ନେଇଥିଲେ। ଅବଶ୍ୟ ବ୍ୟଙ୍ଗ ଓ ଭ୍ରମାତ୍ମକ ସୂଚନା ବିଷୟରେ ଅଧିକ ଫରକ ନାହିଁ।

ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଡିପ୍-ଫେକ୍ ଭିଡିଓ ଏତେ ବିଶ୍ଵସନୀୟ ନଥିଲା ଓ ୟୁକ୍ରେନର ଅନେକ ଲୋକ ଏହାର ଉପହାସ କରିଥିଲେ। ଏହି ଭିଡିଓରେ ଜେଲେନ୍‌ସ୍କି ଏକ ପୋଡିୟମର ପଛରୁ କହୁଛନ୍ତି। ସେ ୟୁକ୍ରେନର ଲୋକଙ୍କୁ ଅସ୍ତ୍ର ପରିତ୍ୟାଗ କରିବାକୁ କହୁଛନ୍ତି। ଭିଡିଓରେ ତାଙ୍କ ମୁଣ୍ଡ ଶରୀର ଠାରୁ ଅଧିକ ବଡ ଓ ସ୍ପଷ୍ଟ ଦେଖାଯାଉଛି। ତାଙ୍କ କଣ୍ଠସ୍ଵର ମଧ୍ୟ ଅଧିକ ଭାରି ଶୁଣାଯାଉଛି। ନିଜର ଅଫିସିଆଲି ଟ୍ଵିଟର ପୃଷ୍ଠାରେ ଜେଲେନ୍‌ସ୍କି ଏହି ଭିଡିଓକୁ ଛୋଟପିଲାଙ୍କ ଭଳି ଦର୍ଶାଇଛନ୍ତି। କିନ୍ତୁ ୟୁକ୍ରେନର ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ୍ ଚେତାବନୀ ଦେଇଛି ରୁଷିଆର ସରକାର ଏପରି ଡିପ୍-ଫେକ୍ ଭିଡିଓ ବ୍ୟବହାର କରି ୟୁକ୍ରେନର ଲୋକମାନଙ୍କୁ ଅସ୍ତ୍ର ପରିତ୍ୟାଗ କରିବାକୁ ଉସୁକାଉଛି।

ସମ୍ବନ୍ଧିତ ଖବର