ଟିକ୍ରି ସୀମାରେ ଜୀବନ ହାରିଲେ ଚାଷୀ, ସୁଇସାଇଡ୍‌ ନୋଟ୍‌ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାସ୍ଥ ଟିକ୍ରି ଆନ୍ଦୋଳନସ୍ଥଳ ଠାରୁ ୨ କିମି ଦୂରରେ ଜଣେ ଆନ୍ଦୋଳନରତ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ସରକାର କେବଳ ଚାଷୀଙ୍କୁ ତାରିଖ ପରେ ତାରିଖ ଗଡ଼ାଇ ଚାଲିଛନ୍ତି, ମାତ୍ର ବିବାଦୀୟ କୃଷି ଆଇନ କେବେ ପ୍ରତ୍ୟାହୃତ ହେବ, କିଛି ନିଶ୍ଚିତତା ନଥିବାରୁ ସେ ଏପରି ଚରମ ପଦକ୍ଷେପ ନେଲେ ବୋଲି ଉକ୍ତ ନୋଟ୍‌ରେ ଉଲ୍ଲେଖ ରହିଛି।

ସୂଚନାନୁଯାୟୀ, ଜିନ୍ଦ ଗାଁର କର୍ମବୀର ସିଂହ ନାମକ ଏହି ୫୨ ବର୍ଷୀୟ ଚାଷୀଙ୍କର ମୃତଦେହ ଟିକ୍ରି ସନ୍ନିକଟ ଏକ ବସ୍‌ଷ୍ଟାଣ୍ଡ କଡ଼ ଗଛ ଡାଳରୁ ପ୍ଲାଷ୍ଟିକ୍‌ ରଶିରେ ଝୁଲି ରହିଥିବା ରବିବାର ସକାଳେ ଜଣାପଡ଼ିଥିଲା। ତାଙ୍କର ତିନିଟି ଝିଅ ରହିଥିବା ଅନ୍ୟ ଚାଷୀମାନେ କହିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର