ଓଏନଜିସି ପ୍ଲାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ, ୫ ଜଣ ଜୀବନ୍ତ ଦଗ୍ଧ

ମୁମ୍ବାଇ: ନଭି ମୁମ୍ବାଇରେ ଥିବା ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ବା ଓଏନଜିସିର ପ୍ଲାଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି | ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ଓଏନଜିସିର ଶୀତଳ ଭଣ୍ଡାରରେ ନିଆଁ ଲାଗିଯାଇଥିବାବେଳେ ଏବେ ବି ବହୁ ଲୋକ ଫସି ରହିଛନ୍ତି | ଅଗ୍ନିକାଣ୍ଡର ଭୟାବହତାକୁ ଦେଖି ପ୍ଲାଣ୍ଟ ଆଖପାଖ ଅଂଚଳକୁ ଖାଲି କରାଯାଉଛି |

ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ନିଆଁର ମାତ୍ରା ବଢ଼ିବାରେ ଲାଗିଛି | ମିଳିଥିବା ସୂଚନା ମୁତାବକ ଓଏନଜିସିର ଏଲପିଜି ଗ୍ୟାସ କାରଖାନାରେ ଏହି ନିଆଁ ଲାଗିଥିବାବେଳେ ବର୍ତ୍ତମାନ ଗ୍ୟାସ ପ୍ରୋସେସିଂକୁ ବନ୍ଦ କରିଦିଆଯାଇଛି |

ଆଜି ସକାଳ ୭ଟାରେ ଏହି ନିଆଁ ଲାଗିଥିବାବେଳେ ଓଏନଜିସି ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି | ବର୍ତ୍ତମାନ ମହଜୁଦ ଥିବା ଗ୍ୟାସକୁ ହଜିରା ପ୍ଲାଣ୍ଟକୁ ସ୍ଥାନାନ୍ତର କରାଯାଉଛି | ଏଠାରେ ସୂଚନା ଥାଉ କି ଏହି ପ୍ଲାଣ୍ଟରୁ ବାହାରୁଥିବା ଏଲପିଜି ଗ୍ୟାସ ମୁମ୍ବାଇ ସହରର ଆବଶ୍ୟକତାକୁ ପୂର୍ଣ୍ଣ କରିଥାଏ |

ସମ୍ବନ୍ଧିତ ଖବର