ଜଳିଗଲା ସ୍କୁଲ ଭ୍ୟାନ୍‌, ୪ ଛାତ୍ର ଜୀବନ୍ତ ଦଗ୍ଧ

ଚଣ୍ଡିଗଡ଼: ପଂଜାବର ସଂଗରୁର୍‌ରେ ଶନିବାର ଏକ ଛାତିଥରା ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍କୁଲର ଛାତ୍ରଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ଅଚାନକ ଜଳି ଯିବାରୁ ୪ ଜଣ ଛାତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଛାତ୍ରଙ୍କ ବୟସ ୧୦ରୁ ୧୨ ବର୍ଷ ବୋଲି ଜଣାପଡ଼ିଛି। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଲୋଙ୍ଗ୍‌ୱପାର ସିଦ୍‌ସାମଚାର ରୋଡ୍‌ରେ ଘଟିଛି। ଘଟଣା ସମୟରେ ଭ୍ୟାନ୍‌ରେ ୧୨ ଜଣ ଛାତ୍ର ଥିଲେ। ଗାଡ଼ିରେ ନିଆ ଲାଗିଯିବା ପରେ ଆଖପାଖରେ ଥିବା ଲୋକେ ୮ ଜଣ ଛାତ୍ରଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ତେବେ ୪ ଜଣ ଛାତ୍ର ଭିତରେ ହିଁ ଫସି ଯିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଛାତ୍ରମାନେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ଏବଂ ଭ୍ୟାନ୍‌ରେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଭ୍ୟାନ୍‌ରେ କେବଳ ୭ ଜଣ ଛାତ୍ର ବସିବା ପାଇଁ ସ୍ଥାନ ଥିବା ବେଳେ ଏଥିରେ ୧୨ ଜଣଙ୍କୁ ନିଆଯାଉଥିଲା।

ସମ୍ବନ୍ଧିତ ଖବର