ଚଳିତବର୍ଷ ଅମରନାଥ ଗୁମ୍ଫାରୁ ପ୍ରଥମ ଫଟୋ ସାମ୍ନାକୁ ଆସିଲା

ନୂଆଦିଲ୍ଲୀ: ଅମରନାଥ ଯାତ୍ରା କରିବାକୁ ଇଚ୍ଛା ରଖିଥିବା ଭକ୍ତଙ୍କ ପାଇଁ ଖୁସି ଖବର। ଦୁଇବର୍ଷ ହେବ ବନ୍ଦ ଥିବା ଅମରନାଥ ଯାତ୍ରା ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି। ପବିତ୍ର ଯାତ୍ରା ଏହି ବର୍ଷ ଜୁନ ୩୦ରେ ଆରମ୍ଭ ହେବ। ଏହି କ୍ରମରେ ଅମରନାଥ ଗୁମ୍ଫାରେ ତିଆରି ହୋଇଥିବା ଶିବଲିଙ୍ଗର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଚଳିତବର୍ଷ ଅମରନାଥ ଯାତ୍ରାରେ ଆଠଲକ୍ଷରୁ ଅଧିକ ଭକ୍ତ ଆସିବାର ଆକଳନ କରାଯାଇଛି।

ନିକଟରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀ ଅମରନାଥଜି ସାଇନ ବୋର୍ଡ ବୈଠକ‌ରେ ଅଧକ୍ଷତା କରିଥିଲେ। ସେ କହିଥିଲେ ୪୩ଦିନର ପବିତ୍ର ତୀର୍ଥଯାତ୍ରା ଜୁନ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଯାତ୍ରା ସମୟରେ ସମସ୍ତ ପ୍ରକାର କୋଭିଡ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ଧ୍ୟାନରେ ରଖାଯିବ। ପରମ୍ପରାଗତ ଭାବେ ରାକ୍ଷୀପୂର୍ଣ୍ଣିମା ଦିନ ଏହି ଯାତ୍ରା ଶେଷ ହେବ। ବୈଠକରେ ଯାତ୍ରାକୁ ନେଇ ଅନେକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଶ୍ରୀ ଅମରନାଥ ସାଇନ ବୋର୍ଡ ଟୁଇଟ କରି କହିଛି ଯେ, ସମସ୍ତ ଭକ୍ତ ଓ ଇଚ୍ଛୁକ ଯାତ୍ରୀଙ୍କ ପାଇଁ ଅମରନାଥ ଯାତ୍ରା ଲାଗି  ପଞ୍ଜିକରଣ ୨୦୨୨  ଏପ୍ରିଲ ୧୧ରୁ ଆରମ୍ଭ ହୋଇଗଲାଣି। ପବିତ୍ର ଅମରନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ ହେବାର ନିଷ୍ପତ୍ତି ନିଆଯାଇଛି। ୪୩ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ୨୦୨୨ ଜୁନ ୧୧ରେ ଶେଷ ହେବ।

ସମ୍ବନ୍ଧିତ ଖବର