ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ହେଲେ ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ହେଲେ ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁର। ସୋମବାର ଦିନ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଆଦେଶରେ ଏହି ସୂଚନା ଦିଆଯାଇଛି। କପୁର ହେଉଛନ୍ତି ହିମାଚଳ ପ୍ରଦେଶର କ୍ୟାଡରର ୧୯୮୭ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ। ସେ ନଭେମ୍ବର ୩୦, ୨୦୨୧ରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ।

ଏହି ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) କପୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ତାଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତ କରାଯାଇଛି।ଏହା ସହ ବରିଷ୍ଠ ଅମଲାତନ୍ତ୍ର ହରି ରଂଜନ ରାଓ ଏବଂ ଅତିଶ ଚନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି।

ରାଓ ମଧ୍ୟପ୍ରଦେଶ କ୍ୟାଡରର ୧୯୯୪ ପବ୍ୟାଚ୍ ଆଇଏସ୍ ଅଧିକାରୀ ହୋଇଥିବା ବେଳେ ବର୍ତ୍ତମାନ ସେ ଦୂରସଂଞ୍ଚାର ବିଭାଗ ଅଧିନରେ ଥିବା ୟୁନିଭର୍ସାଲ୍ ସର୍ଭିସେସ୍ ଓବଲିଗେସନ ଫଣ୍ଡର ପ୍ରଶାସକ ପଦରେ ଅଛନ୍ତି। ଅନ୍ୟପକ୍ଷରେ ଅତିଶ ଚନ୍ଦ୍ର ଜଣେ ବିହାର କ୍ୟାଡର ଅଧିକାରୀ ହୋଇଥିବା ବ‌େଳେ ତାଙ୍କୁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ୧୯୯୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ।

ସମ୍ବନ୍ଧିତ ଖବର