ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଋଷି ସୁନକ, ବ୍ୟାଙ୍କରରୁ ପ୍ରାଇମମିନିଷ୍ଟର

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀହେବାକୁ ଯାଉଛନ୍ତି। ଋଷି ସୁନକ ପୂର୍ବରୁ ବ୍ରିଟେନର ଅର୍ଥମନ୍ତ୍ରୀ ଥିଲେ ପରେ ବୋରିସ୍ ଜନ୍ସନଙ୍କ ଇସ୍ତଫା ପରେ କଂଜରଭେଟିବ୍ ପାର୍ଟିର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ମାତ୍ର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଲିଜ୍ ଟ୍ରସଙ୍କଠାରୁ ପରାଜିତ ହୋଇଥିଲେ। ତେବେ ନାଟକୀୟ ଘଟଣାକ୍ରମରେ ଟ୍ରସଙ୍କ ଇସ୍ତଫା ପରେ ପୁଣି ସୁନକଙ୍କ ନାମ ଆଗକୁ ଆସିଥିଲା ଓ ସେ ପ୍ରଧାନମନ୍ତ୍ରୀ ପଦ ଲାଗି ନିଜର ପ୍ରର୍ଥୀତ୍ବ ଘୋଷଣା କରିଥିଲେ। ତେବେ ତାଙ୍କର ପ୍ରତିନ୍ଦ୍ବନ୍ଦ୍ବୀ ପେନି ମୋରଡାଉଣ୍ଟ ପ୍ରଧାନମନ୍ତ୍ରୀ ଦୌଡ଼ରୁ ନିଜକୁ ପ୍ରତ୍ୟାହାର କରିବା ପରେ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ପଦବୀ ହାସଲ କରିଛନ୍ତି। ଅନ୍ୟପଟେ  ଋଷିଙ୍କ ଭାରତ ସହ ଦୃଢ ସମ୍ପର୍କ ଅଛି। ସେ ଇନ୍ଫୋସିସର ସହପ୍ରତିଷ୍ଠାତା ନାରାଣୟ ମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି। ଋଷି ଓ ଅକ୍ଷତା ୨୦୦୯ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଦୁଇଜଣ ଝିଅ ଅଛନ୍ତି। ଦୁଇଝିଅଙ୍କ ନାମ କୃଷ୍ଣା ଓ ଅନୁଷ୍କା।

ଋଷି ସୁନକଙ୍କ ପିତାମାତା ପଞ୍ଜାବରେ ରହୁଥିଲେ, ପରେ ସେମାନେ ବିଦେଶରେ ଯାଇ ବ୍ରିଟେନରେ ବସବାସ କରିଥିଲେ। ଋଷିଙ୍କ ଜନ୍ମ ବ୍ରିଟେନର ହାମ୍ପସାୟାରରେ ହୋଇଥିଲ। ଋଷି ଆମେରିକାର ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ଏମବିଏ କରିଛନ୍ତି। ସେ ଅକ୍ସଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ରାଜନୀତି, ଦର୍ଶନ ଓ ଅର୍ଥଶାସ୍ତ୍ର ପଢିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସେ ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କ୍ ଗୋଲ୍ଡମ୍ୟାନ୍ ସେସ୍ ଓ ହେଜ୍ ଫଣ୍ଡରେ କାମ କରିଛନ୍ତି। ଏହାପରେ ସେ ଇନ୍ଭେଷ୍ଟମେଣ୍ଟ ଫାର୍ମର ପ୍ରତିଷ୍ଠା କରିଥିଲେ। ତାଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା(ଏନଏଚଏସ) ରେ କାମ କରନ୍ତି। ଋଷିଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି।

୨୦୧୯ ମସିହାରେ ବିଟିଶ ପାର୍ଲାମେଣ୍ଟକୁ ନିର୍ବାଚିତ ହେବା ପରେ ସୁନକ ଭଗବତ୍ ଗୀତା ଧରି ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ। ଭଗବଦ୍‌ ଗୀତା ଧରି ହାଉସ୍ ଅଫ୍ କମନ୍ସର ସଦସ୍ୟ ଭାବେ ସୁନକ ଶପଥ ନେଇ କହିଥିଲେ: ମୁଁ  ସର୍ବଶକ୍ତିମାନ ଈଶ୍ୱରଙ୍କ ନାମରେ ଶପଥ ନେଉଛି ଯେ ଆଇନ ଅନୁସାରେ ରାଣୀ ଏଲିଜାବେଥ୍‌, ତାଙ୍କ ଉତ୍ତରାଧିକାରୀମାନଙ୍କ ପ୍ରତି ବିଶ୍ୱସ୍ତ ଓ ଅନୁଗତ ରହିବି। ତେଣୁ ଈଶ୍ୱର ମୋତେ ସହାୟ ହୁଅନ୍ତୁ।

ସମ୍ବନ୍ଧିତ ଖବର