ତ୍ରିଚୀ: ଭୀଷଣ ସାମୁଦ୍ରିକ ବାତ୍ୟା ଗାଜା ଶୁକ୍ରବାର ପ୍ରତ୍ୟୁଷରେ ନାଗାପଟ୍ଟିନମ୍ ଏବଂ ବେଦରନ୍ନିୟମ୍ ମଧ୍ୟରେ ତାମିଲନାଡୁ ଓ ପୁଦ୍ଦୁଚେରୀ ଉପକୂଳ ଅତିକ୍ରମ କରିଛି। ରାତି ୧୨:୩୦ ରୁ ୨:୩୦ ମଧ୍ୟରେ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିଲୋମିଟର୍ ବେଗରେ ଘଣ୍ଟା ପ୍ରତି ୧୨୦ କିଲୋମିଟର୍ ଦଲକା ପବନ ସହ ଗାଜା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମୂଷଳ ଧାରାରେ ବୃଷ୍ଟିପାତ କରାଇଥିବା କଥା ପାଣିପାଗ ବିଭାଗ କହିଛି। ବାତ୍ୟା ଯୋଗୁଁ କୌଣସି ଜୀବନହାନୀ ହୋଇଥିବାର ଖବର ମିଳି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷ ଭାବେ ନାଗାପଟ୍ଟିନମ୍ ଜିଲ୍ଲା ଅନ୍ତର୍ଗତ ବେଦରନ୍ୟାମ୍ରେ ବାତ୍ୟା ଖୁବ୍ କ୍ଷୟକ୍ଷତି କରିଛି।
ପ୍ରବଳ ପବନ ପ୍ରବାହିତ ହେବାରୁ ନାଗାପଟ୍ଟନମ୍, ତିରୁବରୁର, ପୁଦୁକ୍କୋଟ୍ଟାଇ ଜିଲ୍ଲାଗୁଡ଼ିକରେ କେତେକ ଚାଳଘର ନଷ୍ଟ ହେବା ସହ ଅନେକ ଗଛ ଉପୁଡ଼ି ପଡ଼ିଛି।
ନାଗାପଟ୍ଟିନମ୍ ଜିଲ୍ଲାର କୀଚଙ୍କୁପ୍ପାମ୍ ଏବଂ ଆକ୍କାରଇପେଟ୍ଟାଇ ସମେତ ଅନେକ ମାଛଧରା ହାମ୍ଲେଟ୍ରେ ସମୁଦ୍ର ଜଳ ପ୍ରବେଶ କରିଛି।
ନାଗପଟ୍ଟିନମ୍, କୁଡ୍ଡାଲୋର୍, ପୁଡୁକ୍କୋଟ୍ଟାଇ, କରାଇକଲ୍, ତୁବରୁର୍, ତାଞ୍ଜବୁର ଏବଂ ତ୍ରିଚୀ ଜିଲ୍ଲାରେ ବିଜୁଳି ସରବରାହ ବନ୍ଦ ରହିଛି।
ତିରୁବୁରୁର, ତାଞ୍ଜାବୁର, ପୁଡୁକ୍କେଟ୍ଟାଇ, ତ୍ରିଚୀ ଏବଂ ଆରିୟାଲୁର୍ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଛି।
ନାଗପଟ୍ଟନମ୍, ତିରୁବରୁର, ତାଞ୍ଜାବୁର, ପୁଡୁକୋଟ୍ଟାଇ, ତ୍ରିଚୀ, ଆରିୟାଲୁର୍, ମଦୁରାଇ ଏବଂ ତେନି ଜିଲ୍ଲାଗୁଡ଼ିକରେ ଥିବା ସ୍କୁଲ୍ କଲେଜ ଶୁକ୍ରବାର ପାଇଁ ଛୁଟି ଘୋଷଣା କରିଛନ୍ତି।