ଗାଧୋଉଥିବାବେଳେ ହଠାତ ବଢିଗଲା ଗଙ୍ଗାର ପାଣି, ନଦୀ ମଝିରେ ଫସିଗଲେ ୫ ପର୍ଯ୍ୟଟକ

ଋଷିକେଶ: ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ଋଷିକେଶରେ ୫ ଜଣ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତିଯାଇଛନ୍ତି | ଦିଲ୍ଲୀର ପାଞ୍ଚଜଣ ପର୍ଯ୍ୟଟକଙ୍କୁ ସ୍ଥାନୀୟ ଉଦ୍ଧାରକାରୀ ଦଳ ଉଦ୍ଧାର କରି ଜୀବନ ବଂଚାଇଦେଇଛନ୍ତି | ମିଳିଥିବା ସୂଚନା ଅନୁସାରେ ଋଷିକେଶ ନିକଟରେ ଗଙ୍ଗା ନଦୀରେ ଦିଲ୍ଲୀର ପାଞ୍ଚଜଣ ପର୍ଯ୍ୟଟକ ଗାଧୋଉଥିଲେ, କିନ୍ତୁ ଏହି ସମୟରେ ହଠାତ୍ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଥିଲା | ଜଳ ସ୍ତର ହଠାତ ବଢ଼ିବାରୁ ପର୍ଯ୍ୟଟକମାନେ ଏକ ଟାପୁରେ ଫସିଯାଇଥିଲେ |

ପରେ ସୂଚନା ପାଇବା ପରେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା | ସୂଚନାଯୋଗ୍ୟ ଯେ ଜାନୁଆରୀ ୨୬ ଛୁଟିଦିନ ହେତୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରୁ ହରିଦ୍ୱାର ଏବଂ ଋଷିକେଶରେ ପହଞ୍ଚିଥିଲେ। ତେବେ ଦିଲ୍ଲୀରୁ ଆସିଥିବା ୫ ଜଣ ପର୍ଯ୍ୟଟକ ଗଙ୍ଗା ନଦୀର ମଝିରେ ଥିବା ଏକ ଟାପୁକୁ ଯାଇଥିଲେ |

ଯେତେବେଳେ ଏହି ପାଞ୍ଚ ଜଣ ଟାପୁରେ ଥିଲେ, ହଠାତ୍ ଗଙ୍ଗାର ଜଳ ସ୍ତର ବଢିବାକୁ ଲାଗିଥିଲା ଏବଂ ଟାପୁରୁ ନଦୀ କୂଳକୁ ଫେରିବା ରାସ୍ତା ବନ୍ଦ ହୋଇଯାଇଥିଲା | ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ପର୍ଯ୍ୟଟକମାନଙ୍କୁ ଦଉଡି ସାହାଯ୍ୟରେ ଉଦ୍ଧାର କରିଥିଲା |

ସମ୍ବନ୍ଧିତ ଖବର