ସାଧାରଣ ନିର୍ବାଚନ ପ୍ରସ୍ତୁତି ୨୮ ଫେବ୍ରୁଆରି ପରେ ବଦଳି ବନ୍ଦ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା ପୂର୍ବରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସମସ୍ତ ରାଜ୍ୟ ୨୮ ଫ୍ରେବୁଆରି ସୁଦ୍ଧା ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି କରିବେ ଏବଂ ବଦଳି ପ୍ରକ୍ରିୟା ମଧ୍ୟ ଏହି ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କମିସନ କହିଛନ୍ତି। ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏ ବାବଦରେ କମିସନଙ୍କ ନିର୍ଦ୍ଦେଶନାମା ପଠାଯାଇଛି। ଫେବ୍ରୁଆରି ପରେ ଆଉ ବଦଳି କାର୍ଯ୍ୟକାରୀ ହୋଇପାରିବ ନାହିଁ। ଶେଷ ସମୟରେ ହେବାକୁ ଥିବା ବଦଳି ସଂପର୍କରେ କମିସନଙ୍କୁ ଅବଗତ କରାଇବାକୁ କୁହାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାପାଇଁ ଏବେ ନିର୍ବାଚନ କମିସନ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। କେଉଁ ରାଜ୍ୟକୁ କେତେ ସୁରକ୍ଷା କର୍ମୀ ଆବଶ୍ୟକ ଏବଂ କେତୋଟି ପର୍ଯ୍ୟାୟରେ କେଉଁଠି ନିର୍ବାଚନ ହେବ ସେ ନେଇ ପ୍ରସ୍ତୁତି ଚାଲିଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ଗୃହ ମନ୍ତ୍ରାଳୟର ବୈଠକରେ ଏ ବାବଦ ନିଷ୍ପତ୍ତିକୁ ଚୂଡ଼ାନ୍ତ ରୂପ ଦିଆଯିବ।

ସମ୍ବନ୍ଧିତ ଖବର