ଘରକୁ ଫେରିବା ପରେ ମାଲିକ ଦେଖିଲେ କାନ୍ଥରେ ପଡ଼ିଥିଲା ରକ୍ତଛିଟା,ବାହାରେ ଠିଆ ହୋଇଥିଲା ପୋଷା କୁକୁର,ଭିତରକୁ ଯିବା ପରେ ସାମ୍ନାକୁ ଆସିଲା ପ୍ରକୃତ ଘଟଣା

ନୂଆଦିଲ୍ଲୀ : ଆମେରିକାରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘରର ଲୋକମାନେ ବାହାରକୁ ବୁଲି ଯାଇଥିବା ବେଳେ ଘରକୁ ଫେରିବା ପରେ ଘରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଘରର କାନ୍ଥରେ ରକ୍ତର ଛିଟା ଦେଖି କିଛି ବୁଝି ପାରି ନଥିଲେ । ସାମ୍ନାରେ ଘରର ପାଳିତ କୁକୁରକୁ ରାଗରେ ବସିଥିବା ଦେଖି କିଛି ଗୋଟେ ଅଘଟଣ ଘଟିଛି ବୋଲି ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। କିଛି ସମୟରେ ଘରର କାନ୍ଥରେ ପଡ଼ିଥିବା ରକ୍ତ ପଛର କାରଣ ଜଣା ପଡ଼ି ଯାଇଥିଲା ।

WGN-TV

ଘରେ କେହି ନଥିବା ଜାଣି ଚୋର ଘରକୁ ଚୋରୀ କରିବା ଆଶାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ପରେ ତାକୁ ଘରର ପାଳିତ କୁକୁରର ସାମ୍ନା କରିବାକୁ ପଡ଼ିଥିଲା । କୁକୁରଟି ଚୋର ଉପରେ ଆକ୍ରମଣ କରିବା ସହ ଘରୁ ବାହାର କରି ନେଇଥିଲା । କୁକୁରର ଆକ୍ରମଣର ଶିକାର ହୋଇ ଡ଼ରରେ ଘରୁ ପଳାଇଥିଲା ଚୋର । ଘରର ମାଲିକ ଏହି ଖବରକୁ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିବା ସହ ନିଜ ପାଳିତ କୁକୁରର ପ୍ରଶଂସା କରିବା ସହ ସମସ୍ତଙ୍କୁ ଏପରି କୁକୁର ପାଳିବା ଦରକାର ବୋଲି କହିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର